Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ଟ୍ରଷ୍ଟବୋର୍ଡ ପୂର୍ବତନ ସେବାୟତ ପ୍ରତିନିଧିଙ୍କ ପରଲୋକ

ଆଖଣ୍ଡଳମଣି ଟ୍ରଷ୍ଟବୋର୍ଡ ପୂର୍ବତନ ସେବାୟତ ପ୍ରତିନିଧିଙ୍କ ପରଲୋକ

84

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ପୂର୍ବତନ ସେବାୟତ ପ୍ରତିନିଧି ଧରଣୀଧର ପାଢୀ(୭୦)ଙ୍କର ଶୁକ୍ରବାର ପରଲୋକ ଘଟିଛି । ଶ୍ରୀ ପାଢୀ ଦୀର୍ଘଦିନ ଅସୁସ୍ଥା ଯୋଗୁଁ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକିଛି ଦିନ ହେବ ଭୂବନେଶ୍ୱରରୁ ଫେରିଆସି ଘରେ ଥିଲେ ହେଲେ ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଅଧିକ ଗୁରୁତର ହୋଇ ପଡିବା ସହ ମୃତ୍ୟୁ ଘଟଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଶ୍ରୀ ପାଢୀ ଦୀର୍ଘ ୫୮ବର୍ଷ ଧରି ବାବା ଆଖଣ୍ଡଳମଣିଙ୍କର ସେବାପୂଜା କରି ଆସୁଥିବା ବେଳେ ମନ୍ଦିର ଟ୍ରଷ୍ଟବୋର୍ଡରେ ୧୯୭୫-୧୯୭୮ ମସିହା ପର୍ଯ୍ୟନ୍ତ ସେବାୟତ ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇବା ସହ ମନ୍ଦିରର ବହୁ ସଂସ୍କାର ମୁଳକ କାର୍ଯ୍ୟ କରିବା, ମନ୍ଦିରର ରକ୍ଷଣାବେକ୍ଷଣା ନିମନ୍ତେ ନିୟମିତ ଭାବେ ରାଜ୍ୟ ପ୍ରତ୍ନତ୍ତ୍ୱତ୍ତ ବିଭାଗ ସହ ଯୋଗାରଯାଗ ରଖିବା ଆଦି ବେଶ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲେ । ସେହିପରି ଆରଡି ଅଞ୍ଚଳରେ ଯୁବଅବସ୍ଥାରୁ କଂଗ୍ରେସ ଦଳର ମଙ୍ଗୁଆଳ ସାଜି ଦଳର ସଂଗଠନକୁ ମଜୁବୁତ କରିଥିବା ତାଙ୍କର ବାଲ୍ୟବନ୍ଧୁ ଓ ସହେଯାଗୀ ଗୈାରାଙ୍ଗ ପାଢୀ, କାର୍ତ୍ତିକଚନ୍ଦ୍ର ପାଢୀ, ପରମେଶ୍ୱର ପାଢୀ, ନବଘନ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇ ସାରା ଆରଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏପରିକି ଶ୍ରୀ ପାଢୀଙ୍କ ମରଶରୀରକୁ ପରିବାର ଓ ଜ୍ଞାତିକୁଟୁମ୍ବଙ୍କ ଦ୍ୱାରା ସଂକିର୍ତ୍ତନ କରାଯାଇ ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାଶ୍ୱର୍ ଓ ମୁଖ୍ୟ ବଜାର ପରିକ୍ରମା କରିବା ପରେ ବାସଭବନ ନିକଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶ୍ରୀ ପାଢୀଙ୍କର ମୃତ୍ୟୁ ଖବର ପାଇ ମନ୍ଦିରର କିଛି ସେବାୟତ, ଆରଡି ପଞ୍ଚାୟତ ସମିତସଭ୍ୟ ସବିତା ପାଢୀ, ଯୁବନେତା ଆଶିଷ ପାଢୀ, ବିଭୁତି ପାଢୀଙ୍କ ସହ ବହୁ ବୁଦ୍ଧିଜୀବି ଶେଷ ଦର୍ଶନ କରିଥିଲେ । ଶ୍ରୀ ପାଢିଙ୍କ ମୃତ୍ୟୁ ବେଳକୁ ୨ପୁଅ ଦେବାଷିଶ ଓ ଆଶିଷ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.