Home ଓଡ଼ିଶା ଅମିତ ଶାହଙ୍କ ରୋଡ ଶୋ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି...

ଅମିତ ଶାହଙ୍କ ରୋଡ ଶୋ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି ଧାରଣା

489

ପଶ୍ଚିମବଙ୍ଗରେ ଟିଏମ୍ସି ଦଳର ଗୁଣ୍ଡାମାନଙ୍କ ଦ୍ୱାରା ବଢୁଥିବା ରାଜନୈତିକ ହିଂସା ପ୍ରସଙ୍ଗରେ
– ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା ଚାଲିଛି
– ଆସନ୍ନ ପରାଜୟ ଡରରେ ମମତା ଦିଦିଙ୍କ ଲୋକ ହିଂସାକୁ ଆପଣାଇଛନ୍ତି
– ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ବିଦ୍ୟାସାଗରଙ୍କ ମୂର୍ତି ଭାଙ୍ଗି ଓ ସ୍କୁଟି ପୋଡି ବିବାଦ ସୃଷ୍ଟି କରୁଛନ୍ତି
– ଆସନ୍ତା ୨୩ ତରିଖରେ ପଶ୍ଚିମବଙ୍ଗ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଉଥିବା ସରକାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ
– ପଶ୍ଚିମବଙ୍ଗରେ ମମତାଙ୍କ କର୍ମୀମାନଙ୍କର ଗୁଣ୍ଡାରାଜର ମାତ୍ରା ଏତେ ଅଧିକ ଯେ ସେଥିରୁ ଅମିତ ଶାହା ବି ବାଦ ପଡିଲେନି
– ପଶ୍ଚିମବଙ୍ଗରେ ହୋଇଥିବା ଗତ ପଂଚାୟତ ନିର୍ବାଚନରେ ବିଜେପିର ସମୁଦାୟ ୧୯ କର୍ମୀମାନଙ୍କୁ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ହତ୍ୟା କରିଥିଲେ
– ଚଳିତ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ୪ ଜଣ ନେତାଙ୍କୁ ତୃଣମୁଳ କଂଗ୍ରେସର କର୍ମୀମାନ ହତ୍ୟା କରିଛନ୍ତି
– କ୍ଷମତାରେ ଥିବା ତୃଣମୁଳ କଂଗ୍ରେସ କ୍ଷମତା ବଂଚାଇବା ପାଇଁ ରାଜନୈତିକ ହିଂସାକୁ ଏକମାତ୍ର ଆୟୁଧ କରିଛି
– ଯିଏ ତୃଣମୁଳ କଂଗ୍ରେସକୁ ବିରୋଧ କରିବ ତାର ପରିବାର ଲୋକମାନଙ୍କୁ ହତ୍ୟା କରିବା, ମିଛ ମୋକଦ୍ଦମାରେ ଫଶାଇବା ଆଜି ପଶ୍ଚିମବଙ୍ଗରେ ସାଧାରଣ ଘଟଣା ହୋଇଛି
– ସ୍ୱାଧୀନତା ପୂର୍ବର ଲଢେଇକୁ ଦେଖିଥିବା କଲିକତାର ରାସ୍ତାଘାଟ ଆଜି ତୃଣମୁଳ କଂଗ୍ରେସର ଏ ଅରାଜକତା ଓ ବର୍ବରତାକୁ ଦେଖି ମନସ୍ଥାପ କରୁଥିବେ

ଭୁବନେଶ୍ୱର, ତା ୧୫/୦୫ (ଓଡ଼ିଆ ପୁଅ) : ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି। ଗତକାଲି ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ରୋଡ୍ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିଲେ। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଓ ବିଜେପିର ବଢୁଥିବା ଜନପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି। ଟିଏମସିର ଗୁଣ୍ଡାମାନେ ଗତକାଲି ରୋଡ ଶୋରେ ବିଜେପି କାର୍ଯ୍ୟକର୍ତାମାନଙ୍କ ଉପରକୁ ଟେକାପଥର ମାଡ କରିବା ସହ ପଶ୍ଚିମବଙ୍ଗର ପରିଚୟ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୃତି ଭାଙ୍ଗିବା, ଗାଡିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି। ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ରରେ ଏକ କଳାଦାଗ ଲଗାଇଛି। ଗତକାଲି ପଶ୍ଚିମବଙ୍ଗରେ ମମତାଙ୍କ କର୍ମୀମାନଙ୍କର ଗୁଣ୍ଡାରାଜର ମାତ୍ରା ଏତେ ଅଧିକ ଥିଲା ଯେ ଶ୍ରୀ ଶାହା ଯେଉଁ ଗାଡିରେ ବସିଥିଲେ ତା’ ଉପରକୁ ଟିଏମ୍ସି ଦଳର କର୍ମୀମାନେ ଠେଙ୍ଗାମାଡ କରିବା ସହ ଶାହା ଫେରିଯାଅ ବୋଲି ନାରା ଦେଇଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ପୋଲିସ ସେଠାରେ ଉପସ୍ଥିତ ଥାଇ ବି ଚୁପ ଚାପ ବସି ତାମସା ଦେଖୁଥିଲେ। ପଶ୍ଚିମବଙ୍ଗରେ ଖୋଲା ଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଚାଲିଛି। ତୁରନ୍ତ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ କରାଇ ଗଣତନ୍ତ୍ର ବଂଚାଇବା ଦାବିରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ପାଖ ଦିନଦୟାଲ ପାର୍କରେ ମହଁରେ କଳା କପଡା ବାନ୍ଧି ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି।

ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଲାଣି। ପୁରା ରାଜ୍ୟରେ ଏବେ ରାଜନୈତିକ ହିଂସା ବଢିବାରେ ଲାଗିଛି। ସ୍ଥାନିୟ ପୋଲିସର ସହାୟତାରେ ଶାସକ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ବିଜେପି କର୍ମୀମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି। ଗତ ଷଷ୍ଠ ପର୍ଯାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା ୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କ ହତ୍ୟା କରିଥିଲେ। ଝାରଗ୍ରାମରେ ବିଜେପିର ନିର୍ବାଚନ ସଭା ପାଇଁ ପଡିଆ ଯୋଗାଇ ଦେଇଥିବା ବିଜେପିର ଜଣେ କାର୍ଯ୍ୟକର୍ତାଙ୍କର ଶବକୁ ମାରି ଝୁଲାଇ ଦିଆଯାଇଛି ତୃଣମୁଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ୱାରା। ସେହିପରି ଶେଷ ପର୍ଯାୟ ନିର୍ବାଚନ ହେବାକୁ ଥିବା ଲୋକସଭା କ୍ଷେତ୍ରରେ ବି ବିଜେପିର ସମର୍ଥମମାନଙ୍କୁ ବାଛି ବାଛି ଆକ୍ରମଣ କରାଯାଉଛି। ପଶ୍ଚିମବଙ୍ଗରେ ହୋଇଥିବା ଗତ ପଂଚାୟତ ନିର୍ବାଚନରେ ବିଜେପିର ସମୁଦାୟ ୧୯ କର୍ମୀମାନଙ୍କୁ ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ ହତ୍ୟା କରିଥିଲେ।

ଦେଶରେ ସମସ୍ତ ରାଜ୍ୟରେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ଓଲଟା ହେଉଛି। ଦିନେ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟିଥିବା ପଶ୍ଚିମବଙ୍ଗରେ ଲୋକମାନେ ଆଜି ନିଜର ମତଦାନ କରିବାର ସ୍ୱାଧୀନତାକୁ ବି ହରାଇବା ସ୍ଥିତିରେ ଅଛନ୍ତି। କ୍ଷମତାରେ ଥିବା ତୃଣମୁଳ କଂଗ୍ରେସ ତାର କ୍ଷମତା ବଂଚାଇବା ପାଇଁ ରାଜନୈତିକ ହିଂସାକୁ ଏକମାତ୍ର ଆୟୁଧ କରିଛି। ଯିଏ ତୃଣମୁଳ କଂଗ୍ରେସକୁ ବିରୋଧ କରିବ ତାର ପରିବାରଲୋକମାନଙ୍କୁ ହତ୍ୟା କରିବା, ମିଛ ମୋକଦ୍ଦମାରେ ଫଶାଇବା ଆଜି ପଶ୍ଚିମବଙ୍ଗରେ ସାଧାରଣ ଘଟଣା ହୋଇଛି। ପଶ୍ଚିମବଙ୍ଗକୁ ଏହି ରାଜନେତିକ ଅରାଜକତାରୁ ମୁକ୍ତ କରିବାକୁ ପଡିବ ବୋଲି ବିଜେପି ପକ୍ଷ୍ୟରୁ କୁହାଯାଇଛି।

ଆଜିର ଏହି ପ୍ରତିବାଦ ଏବଂ ଧାରଣା ସଭାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରମାରଂଜନ ବଳିଆର ସିଂ ଓ ଶଙ୍ର୍କଷଣ ପରିଡା, ରାଜ୍ୟ ସମ୍ପାଦକ ଜତିନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ ଓ ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଶ୍ୱରଂଜନ ବଡଜେନା, ସୁବାସ ଜେନା ସମେତ ବିଜେପି ଅନେକ ନେତା ଏବଂ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.