Home ଓଡ଼ିଶା ଅଭିଯୋଗକରୀ ବୃଦ୍ଧ ଦମ୍ପତିଙ୍କୁ ସାଙ୍ଗରେ ନେଇ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କଲେ ଯାଜପୁର ଏସପି

ଅଭିଯୋଗକରୀ ବୃଦ୍ଧ ଦମ୍ପତିଙ୍କୁ ସାଙ୍ଗରେ ନେଇ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କଲେ ଯାଜପୁର ଏସପି

308

ଯାଜପୁର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅଭିଯୋଗକାରୀ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଯାଜପୁର ଏସପି ସେମାନଙ୍କ ଅଭିଯୋଗ ଶୁଣିବା ପରେ କାର୍ଯ୍ୟାଳୟରେ ତାଙ୍କୁ ଖାଇବାକୁ ଦେବା ସହ ସାଙ୍ଗରେ ନିଜ ଗାଡିରେ ତାଙ୍କ ବାସଭବନରେ ପହଂଚି ଥଇଥାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏସପିଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି । ବିଂଝାରପୁର ଥାନା ଅନ୍ତର୍ଗତ ପ୍ରହଲ୍ଲାଦପୁର ଗ୍ରାମର ଶୁକଦେବ ଦାସ(୭୦) ଓ ତାଙ୍କ ସ୍ତ୍ରୀ ସୀତା ଏସପିଙ୍କୁ ଗହାରୀ କରିବାକୁ ପାଣିକୋଇଲି କାର୍ଯ୍ୟାଳୟକୁ ଆସିଥିଲୋ ତାଙ୍କର ଅଭିଯୋଗ ଥିଲା ତାଙ୍କ ୪ ପୁଅ ମଧ୍ୟରୁ ତିନିଜଣ ଘରେ ରହୁନଥିବା ବେଳେ ବିଜୟ ଘରେ ରୁହେଁ । ସେମାନେ ମଧ୍ୟ ତାଙ୍କ ନିକଟରେ ରୁହନ୍ତି । ମାତ୍ର ବିଜୟ ବହୁ ସମୟରେ ନିଶାସକ୍ତ ହୋଇ ବୃଦ୍ଧ ଦମ୍ପତିଙ୍କୁ ମାରଧର କରେ । ପୂର୍ବରୁ ଏମିତିକି ମାଡମାରି କ୍ଷତାକ୍ତ କରିବା ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିବା ବେଳେ ପୁଲିସ ଆପୋଶ ସମାଧାନ କରି ଛାଡିଦେଇଥିଲା । ହେଲେ ନିର୍ଯ୍ୟାତନା କମି ନଥିଲା । ବାରମ୍ବାର ମାଡମରିବା ସହ ଖାଇବାକୁ ଦେବା ବନ୍ଦ କରିଦେଇଥିଲା । ଫଳରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେମାନେ ସିଧାସଲଖ ଆସି ଏସପି ଚରଣ ସିଂହ ମୀନାଙ୍କୁ ତାଙ୍କ ଗୁହାରୀ ଜଣାଇଥିଲେ । ସବୁ ଶୁଣିବା ପରେ ଏସପି ସେମାନଙ୍କୁ ଖାଇବାକୁ ଦେବା ସହ ତାଙ୍କୁ ଧରି ପ୍ରହଲ୍ଲାଦପୁର ଗ୍ରାମରେ ପହଂଚିଥିଲେ । ସେଠାରେ ବିଜୟ ଓ ତାର ସ୍ତ୍ରୀଙ୍କୁ ଡକାଇ ବୃଦ୍ଧ ପିତାମାତାଙ୍କ ସୁରକ୍ଷାର ଚେତାବନୀ ଦେବା ସହ ଯଦି ଆଉ କିଛି ଅଘଟଣ ଗରେ ସିଧା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ବୃଦ୍ଧ ପିତାମାତାଙ୍କୁ ବୁଝାଇ ତାଙ୍କ ପୁଅ ନିକଟରେ ଛାଡି ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.