Home ଜିଲ୍ଲା ପରିକ୍ରମା ବୁଲ୍‌ବୁଲ୍ ଉଜାଡିଲା ଧାନ ଫସଲ, ୪୦ ପ୍ରତିଶତ ପ୍ରଭାବିତ

ବୁଲ୍‌ବୁଲ୍ ଉଜାଡିଲା ଧାନ ଫସଲ, ୪୦ ପ୍ରତିଶତ ପ୍ରଭାବିତ

226

ଯାଜପୁର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବୁଲବୁଲ ପ୍ରଭାବରେ କୋରାଇ ବ୍ଳକର ୪୦ ପ୍ରତିଶତ ଧାନ ଫସଲ ପ୍ରଭାବିତ ହୋଇଛି । ଦୁଇ ଦିନ ଧରି ବର୍ଷା ଲାଗିରହିଥିବା ବେଳେ ଅପରାହ୍ନରୁ ବର୍ଷା ଛାଡିଛି । କିନ୍ତୁ ପବନର ବେଗ ଥମିନି । ଲଗାଣ ବର୍ଷା ଓ ସମ୍ଭାବ ବାତ୍ୟା ଆଶଙ୍କା ଯୋଗୁ ରାଜପଥରେ ଗାଡି ଚଳାଚଳ ପ୍ରାୟତଃ ବନ୍ଦ ରହିଥିଲା ।ଭୟରେ ଲୋକମାନେ ଘରୁ ବାହାରି ନଥିଲେ । ଅଧିକ ଅଘଟଣ ଘଟିନଥିଲେ ବି ପାଚିଲା ଧାନ କିଆରୀ ପାଣିରେ ଭାସୁଥିବା ବେଳେ ପବନ ଯୋଗୁ ପାଚିଲା ଓ ଅଧାପାଚିଲା ଧାନ ମାଟିରେ ଲାଗିଯାଇଛି । ଫଳରେ ଅମଳ କରିବା ଓ ବିଲରୁ ଜଳ ନିଷ୍କାସନ କରିବା ଏବେ ସମ୍ଭବ ନୁହେଁ । କୋରାଇ ବ୍ଲକର ୮୦ଭାଗ ଲୋକ ଏକ ମାତ୍ର ଧାନ ଫସଲ ଉପରେ ନିର୍ଭର କରି ବସବାସ କରନ୍ତି । ଫସଲ ଉଜୁଡିବା ଦେଖି ଚାଷି ମୁଣ୍ଡରେ ଚଡକ ପଡିଛି । ପାଣିରେ ଲୋଟିଥିବା ଧାନକୁ ଦେଖି ଚାଷୀ ଏବେ ଚିନ୍ତାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.