Home ଅପରାଧ ବେଣାପୁର ଗୋଲେଇ ହମ୍ପ୍‌ସରେ ବାଇକ ଧକ୍କା, ୩ଆହତ; ଜଣେ ଗୁରୁତର

ବେଣାପୁର ଗୋଲେଇ ହମ୍ପ୍‌ସରେ ବାଇକ ଧକ୍କା, ୩ଆହତ; ଜଣେ ଗୁରୁତର

232

ଯାଜପୁର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ବେଣାପୁର ଛକ ନିକଟରେ ବାଇକ ଦୁର୍ଘଟଣା ତିନଜଣ ଅହତ ହୋଇଛନ୍ତି । ଆହତମାନେ ହେଲେ ଜହ୍ନା ସ୍ଥିତ ଆଦିବାସୀ ସାହିର ସରୋଜ ମୁଣ୍ଡା(୩୦) , ଧନେଶ୍ୱର ପାତ୍ର(୩୨) ଓ ଅନ୍ୟଜଣେ ସହଯାତ୍ରୀ ବୋଲି ଜଣାପଡିଛି । ଏ ତିନିହେଁ ରାତି ପ୍ରାୟ ୮ଟା ବେଳେ ଏକବାଇକ ଯୋଗେ ଯାଜପୁରରୋଡକୁ ଆସୁଥିଲା ବେଳେ ବେଣାପୁର ଗୋଲେଇ ଛକ ନିକଟରେ ଥିବା ହମ୍ପରେ ଧକ୍କାଖାଇ ରାସ୍ତା ଉପରେ ଛଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ଆହତ ତିନି ଜଣଙ୍କୁ ଯାଜପୁରରୋଡ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାୟରେ ଆଣି ଭର୍ତିକରିଥିଲେ । ସେମାନଙ୍କ ମଧ୍ୟରୁ ଧନେଶ୍ୱର ଓ ସହଯାତ୍ରୀଙ୍କୁ ଚିକିତ୍ସା କରାଯାଇ ଛାଡଇଦିଆଯାଇଥିଲା ବେଳେ ସରୋଜ ମୁଣ୍ଡାର ଗଭୀର ଆଘାତ ହୋଇଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଫଳରେ ଡାକ୍ତର ସରୋଜକୁ ସ୍ଥାନୀୟ ସାମାଜିକ କର୍ମୀ ରାଜେଶ କୁମାର ରାଉତଙ୍କ ସହାୟତାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛନ୍ତି । ବିଶେଷକରି ଏମାନେ ନିଶାସେବନ କରିଥିବାରୁ ସଂପୃକ୍ତ ହମ୍ପସ ଜାଣିନପାରି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.