Home ଓଡ଼ିଶା ଅପଡେଟ ହେଲା ବିଏସଏନଏଲର ଅଭିନନ୍ଦନ ପ୍ଲାନ

ଅପଡେଟ ହେଲା ବିଏସଏନଏଲର ଅଭିନନ୍ଦନ ପ୍ଲାନ

463

ନୂଆଦିଲ୍ଲୀ,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିଜର ଅଭିନନ୍ଦନ ପ୍ରି-ପେଡ୍‌ ପ୍ଲାନକୁ ଆଜି ଅପଡେଟ କରିଛି। ଯାହାଦ୍ୱାରା ଗ୍ରାହକ ଏହାର ସୁବିଧା ପାଇପାରିବେ । ଅପଡେଟ୍‌ ପରେ BSNLର ଅଭିନନ୍ଦନ ପ୍ଲାନରେ ଏବେ ପୂର୍ବ ଠାରୁ ଅଧିକ ଡାଟା ମିଳୁଛି। ଉଲ୍ଲେଖଯୋଗ୍ୟ ଯେ, BSNLର ଏହି ଅଭିନନ୍ଦନ ପ୍ଲାନ ପୂର୍ବ ମାସ ଲଞ୍ଚ ହୋଇଥିଲା। ବିଏସଏନଏଲର ଏହି ପ୍ଲାନର ଦାମ ୧୫୧ ଟଙ୍କା ।

ଏହି ପ୍ଲାନର ଦାମ ୧୫୧ ଟଙ୍କା ରହିଥିଲା ଏବଂ ପୂର୍ବରୁ ପ୍ରତିଦିନ ୧ ଜିବି ଡାଟା ଗ୍ରାହକଙ୍କୁ ମିଳୁଥିଲା । କିନ୍ତୁ ଏବେ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ। ଯାହାର ବୈଧତା୨୪ ଦିନ ରହିଛି। ଡାଟା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ଏବଂ ସମସ୍ତ ନେଟଓ୍ଵାର୍କରେ ଅନଲିମିଟେଡ କଲିଂ ମଧ୍ୟ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.