Home ଆନ୍ତର୍ଜାତୀୟ ଅନାଥ ପିଲା ହେବେ ପାଇଲଟ

ଅନାଥ ପିଲା ହେବେ ପାଇଲଟ

845

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଚୀନର ଜେଓ୍ଵାଇବି ଲିଲୀ ଏୟାରଲାଇନ୍‌ ଅନାଥ ପିଲାଙ୍କୁ ବିମାନ ଉଡାଇବାର ସ୍ପେଶାଲ ଟ୍ରେନିଂ ଦେଉଛି। ଯାହାଦ୍ୱାରା ସେମାନେ ଭବିଷ୍ୟତରେ ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ଏବଂ ପାଇଲଟ ହୋଇପାରିବେ। ଚାଇନା ଏୟାରଲାଇନ୍‌ ଏହି ଟ୍ରେନିଂ ସମରକ୍ୟାମ୍ପ ଦ୍ୱାରା ଆରମ୍ଭ କରିଛି। ଏହି କ୍ୟାମ୍ପ ପାଇଁ ଏୟାରଲାଇନର ଅଫିସର ୧୩୦ ପିଲାଙ୍କୁ ଚୟନ କରିଛନ୍ତି।

ଟ୍ରେନିଂ ପାଇଁ ଅଫିସରମାନେ ଏକ ଟେଷ୍ଟ କରାଇଥିଲେ। ଏହାପରେ ପ୍ରଥମ ବ୍ୟାଚ୍‌ ଆରମ୍ଭ ହେଲା। ଏହି ଟ୍ରେନିଂ ହୁନାନ ପ୍ରାନ୍ତରେ କୁନମିଂ ସିଟିରେ ଦିଆଯିବ। ଅନୁଭବୀ ପାଇଲଟ ପିଲାଙ୍କୁ ବିମାନ ଉଡାଣ ଶିକ୍ଷା ଦେବେ।

ଏୟାରଲାଇନର ଫ୍ଲାଇଟ ଇନଷ୍ଟ୍ରକଟର କହିଛନ୍ତି, ‘ଏହି ପିଲା ମାନଙ୍କୁ ଉଡାଣ ଭରିବାକୁ ତାଲିମ ଦିଆଯାଉଛି। ଆମେ ସେମାନଙ୍କୁ ଆଗକୁ ବଢ଼ାଇବା ଉତ୍ସାହ କରୁଛୁ ଯେଉଁମାନେ ଉଡିବା ପାଇଁ ସ୍ୱପ୍ନ ଦେଖୁଛନ୍ତି। ଆଗାମୀ ଦିନରେ ଏହି ପିଲା ଆକାଶରେ ଉଡିବା ପାଇଁ ନିଜର ସ୍ୱପ୍ନ ନିଶ୍ଚୟ ପୂରା କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.