Home ଆନ୍ତର୍ଜାତୀୟ ଭାଇରାଲ ହେଉଛି କୁକୁର ଓ ସିମ୍ପାଜିର ଭିଡିଓ

ଭାଇରାଲ ହେଉଛି କୁକୁର ଓ ସିମ୍ପାଜିର ଭିଡିଓ

272

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ସାଧାରଣତଃ ସୋସିଆଲ ମିଡ଼ିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରଲ ହୋଇଥାଏ । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏହିଭଳି ଏକ କୁକୁର ଓ ସିମ୍ପାଞ୍ଜିର ଭିଡିଓ ଅଧିକରୁ ଅଧିକ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇଜଣ ସିମ୍ପାଞ୍ଜି ଏକ କୁକୁରକୁ ଗାଧୋଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେଏଫସି ରେଡ଼ିଓ ଏହି ଭିଡ଼ିଓଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି “The perfect job doesn’t exist..”

ଏହି ଭିଡିଓରେ ଆପଣ ଦେଖିପାରୁଥିବେ କେଉଁଭଳି ଭାବେ ଦୁଇ ଜଣ ସିମ୍ପାଞ୍ଜି ଏକ ପାଳିତ କୁକୁରକୁ ସାମ୍ପୁ ଲଗାଇ ଦେଉଛନ୍ତି ଏବଂ ତାପରେ ତାକୁ ଘଷି ଗାଧୋଇ ଦେଉଛନ୍ତି । ଏହାପରେ ସେ ନିଜେ ମଧ୍ୟ ସେହି ଟବ ଭିତରେ ପଶି ସାମ୍ପୁ ଲଗାଇ ବହୁତ ମଜାରେ ଗାଧଉଛନ୍ତି । ସେହି ସମୟରେ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି ଯିଏକି କୁକୁରକୁ ସାମ୍ପୁ ଲଗାଇଦେବାରେ ସିମ୍ପାଞ୍ଜିମାନଙ୍କର ସାହାଯ୍ୟ କରୁଛନ୍ତି ।

ଏହି ଭିଡିଓକୁ ଦେଖିବାପରେ ଟ୍ୱିଟରରେ ଲୋକମାନଙ୍କର ଭଳିକି ଭଳି କମେଣ୍ଟ ଆସୁଛି । ଜଣେ ୟୁଜର ଲେଖିଛନ୍ତି କି ‘ ଭିଡ଼ିଓଟି ଏହି ବର୍ଷର ସବୁଠାରୁ ବେଷ୍ଟ ଭିଡିଓ ଅଟେ ‘ । ଏହି ଭିଡ଼ିଓଟି ୨ ଅଗଷ୍ଟରେ ସେୟାର କରାଯାଇଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.