Home ଓଡ଼ିଶା ମୋବାଇଲ ବ୍ଲାଷ୍ଟ ଯୋଗୁଁ ବିଜେପି ନେତାଙ୍କ ମୃତ୍ୟୁ

ମୋବାଇଲ ବ୍ଲାଷ୍ଟ ଯୋଗୁଁ ବିଜେପି ନେତାଙ୍କ ମୃତ୍ୟୁ

1107

ବେଙ୍ଗାଳୁରୁ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କର୍ଣ୍ଣାଟକରେ ଆଜି ଏକ ଅଘଟଣ ଘଟିଛି । ଜଣେ ବିଜେପି ନେତାଙ୍କ ମୋବାଇଲ ବ୍ଲାଷ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ,  ବିଜେପି ନେତା ନାଗପ୍ରକାଶ ପ୍ରତିଦିନ ରାତିରେ ନିଜ ମୋବାଇଲ ଚାର୍ଜ ବସାଇ ସକାଳ ସମୟରେ ଚାର୍ଜରୁ କାଢିଦିଅନ୍ତି । ତେବେ ଏଭଳି ପ୍ରତିଦିନ ସେ କରନ୍ତି । ତେବେ ଗତକାଲି ରାତିରେ ସେ ପ୍ରତିଦିନ ଭଳି ନିଜ ମୋବାଇଲ ଚାର୍ଜ ବସାଇଥିଲେ ।

କିନ୍ତୁ ଆଜି ସକାଳେ ମୋବାଇଲ ଚାର୍ଜରୁ ଖୋଲିବା ସମୟରେ ମୋବାଇଲ ବ୍ଲାଷ୍ଟ ହୋଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସେଥିପାଇଁ ମୋବାଇଲରେ ଆବଶ୍ୟକ ପରିମାଣର ଚାର୍ଜ କରିବା ସହ ଅଧିକ ସମୟ ଚାର୍ଜ କରିବା ଅନୁଚିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.