Home ଜିଲ୍ଲା ପରିକ୍ରମା ଅଣା ଗ୍ରାମରେ ବିୟର ବୋତଲ ମାଡରେ ଜଣେ ଗୁରୁତର

ଅଣା ଗ୍ରାମରେ ବିୟର ବୋତଲ ମାଡରେ ଜଣେ ଗୁରୁତର

16

ହାଟଡିହି-୧୦ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଣା ଗାଁରେ ଗତକାଲି ରାତିରେ ବିୟର ବୋତଲ ମାଡରେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ମହେଶ୍ୱର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଜଣେ ପଡୋଶୀଙ୍କ ଘରକୁ ଯାଇ ଫେରୁଥିବା ସମୟରେ ସେହି ଗାଁର ଜଣେ ଯୁବକ ଖରାପ ଭାଷାରେ ଗାଳିଗୁଲଜ କରୁଥିଲା । ମହେଶ୍ୱର ତାକୁ ବାରଣ କରିବାରୁ ଉକ୍ତ ଯୁବକ ଜଣକ ମହେଶ୍ୱରକୁ ଗାଳିଗୁଲଜ କରିବା ସହିତ ଧରିଥିବା ଏକ ବିୟର ବୋତଲରେ ମହେଶ୍ୱରର ମୁଣ୍ଡକୁ ପିଟିଦେବାରୁ ବୋତଲଟି ଭାଙ୍ଗିଯାଇଥିଲା । ପରେ ସେହି ଭଙ୍ଗା ବୋତଲକୁ ମହେଶ୍ୱରଙ୍କ ଗାଲ, ଓ ପିଠିରେ ଭୁଷି ଦେଇଥିଲା । ଫଳରେ ପ୍ରବଳ ରକ୍ତଶ୍ରାବ ହେବାସହ ମହେଶ୍ୱର ଗୁରୁତର ଆହତ ହୋଇପଡିଥିଲେ । ଗାଁ ଲୋକମାନେ ମହେଶ୍ୱରଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସମ ହସପିଟାଲକୁ ନେଇସ୍ଥାନାନ୍ତର କରାଯାଇଛି । ତାଙ୍କ ଦେହରେ ୨୦ରୁ ଅଧିକା ସ୍ଥାନରେ ଷ୍ଟିଚ ପଡିଛି ଓ ତାଙ୍କ ଅବସ୍ଥା ଗୁରୁତର ଥିବା ପରିବାର ସୁତ୍ରରୁ ଜଣାଯାଇଛି । ଏନେଇ ନନ୍ଦିପଦା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ନନ୍ଦିପଦା ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.