Home ଓଡ଼ିଶା କୋଭିଡ୍‌-୧୯ ଗାଇଡ୍ ଲାଇନ୍ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ୧୧ରୁ ଖୋଲିବ

କୋଭିଡ୍‌-୧୯ ଗାଇଡ୍ ଲାଇନ୍ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ୧୧ରୁ ଖୋଲିବ

28

ନୟାଗଡ଼, ୧୦-୧ (ଓଡ଼ିଆ ପୁଅ/ସୁରେନ୍ଦଅ ନାଥ ପ୍ରଧାନ) : ସରକାରଙ୍କ କୋଭିଡ-୧୯ ଗାଇଡ ଲାଇନ୍ ଅନୁଯାୟୀ ଜାନୁଆରୀ ୧୧ ରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପରିପ୍ରେକ୍ଷିରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ୍ ପାଇଁ ଅନ୍‌ଲାଇନ ଓ ଅଫଲାଇନ୍ ପାଠପଢା ହେବାକୁ ଥିବାବେଳେ ପ୍ରତିଦିନ ୪ଟି କ୍ଲାସ ହେବା ସହ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶିକ୍ଷାଦାନ କାର୍ଯ୍ୟ ଚାଲିବ। ଛାତ୍ରଛାତ୍ରୀଙ୍କୁ ଗ୍ରୁପ କରାଯାଇ ଗୋଟିଏ ଗ୍ରୁପରେ ୨୦ ଜଣ ଲେଖାଏଁ ପିଲା ବସିବାର ବ୍ୟବସ୍ଥା କରାଯାଇଛି। ଶ୍ରେଣୀଗୃହକୁ ଛାତ୍ରଛାତ୍ରୀମାନେ ପ୍ରବେଶ କରିବା ପୂର୍ବରୁ ମୁହଁରେ ମାସ୍କ ପରିଧାନ ସହ ହାତ ସାନିଟାଇଜ୍ କରିବା ବାଧ୍ୟତା କରାଯାଇଛି। ଏଥିପାଇଁ ବିଦ୍ୟାଳୟ କକ୍ଷ ଓ ପରିସର ସାନିଟାଇଜ୍ କରାଯିବା ସହ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ପିଲାମାନେ ସାଥିରେ ଯେଉଁ ପାଣିବୋତଲ ଓ ଟିଫିନ ବକ୍ସ ଆଣିବେ ନିଜ ବ୍ୟତୀତ କାହାକୁ ନଦେବା ପାଇଁ ବାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ୧୦୦ ଦିନର କ୍ଲାସ ପାଇଁ ଅନ୍ୟୁନ ୭୫ ପ୍ରତିଶତ ଉପସ୍ଥାନ ନେଇ ସିବିଏସ୍‌ଇ ପରୀକ୍ଷା କରାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.