Home ଅନୁଗୁଳ ଅଟୋ ମାଲିକଙ୍କୁ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟ୍‌

ଅଟୋ ମାଲିକଙ୍କୁ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟ୍‌

81

ତାଳଚେର,୧୮/୦୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ସ୍ଥାନୀୟ ଲିଙ୍ଗରାଜ ରୋଡ଼ରେ ଜନୈକ ଅଟୋ ମାଲିକଙ୍କୁ କିଛି ଦୁବୃର୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ ନେଇଥିବାର ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ତାଳଚେର ସଦର ଥାନା ଅନ୍ତର୍ଗତ କଙ୍କିଳି ନୂଆସାହି ଗ୍ରାମର ରବି ନାରାୟଣ ପ୍ରଧାନ ନିଜର ଅଟୋ (ନଂ-ଓଡି ୩୫-୮୦୫୪)ଯୋଗେ ତାଳଚେର ସହରର ଜଣେ କୁକୁଡ଼ା ବ୍ୟବସାୟୀଙ୍କୁ ଟଙ୍କା ଦେବା ପାଇଁ ଆସୁଥିବା ବେଳେ ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ଆଇଡବ୍ଲୁୃଏସଏସ ପଛ ପାଖ ରେମୁଆଁ ନିକଟସ୍ଥ ଲିଙ୍ଗରାଜ ରୋଡ଼ଠାରେ ୬ଜଣ ଦୁବୃର୍ତ ଅଟୋକୁ ଅଟକାଇ ରବିଙ୍କୁ ଠେଙ୍ଗା ଓ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରେ ରବି ଅଚେତ ହୋଇପଡ଼ିବା ପରେ ତାଙ୍କ ଗାଡ଼ିରୁ ୫୦ହଜାର ଟଙ୍କା ସହ ଏକ ଆଣ୍ଡ୍ରଏଡ଼ ଫୋନ୍ ମଧ୍ୟ ନେଇ ଯାଇଥିଲେ । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେବାପରେ ତାଳଚେର ପୋଲିସ ସେଠାରେ ପହଂଚି ରବିଙ୍କୁ ଉଦ୍ଧାର କରିବାସହ ମେଡ଼ିକାଲରେ ଭର୍ତି କରିଥିଲେ। ପରେ ଏ ସମ୍ପର୍କରେ ରବି ଥାନାରେ ଏତଲା ଦେବାପରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସଦର ଆଇଆଇସି ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.