Home ଓଡ଼ିଶା ଗଡବାଣୀକିଲୋ ଫୁଟବଲ ଫାଇନାଲ ୨/୦ ରେ...

ଗଡବାଣୀକିଲୋ ଫୁଟବଲ ଫାଇନାଲ ୨/୦ ରେ ପୁରୀ ଦଳ ଚମ୍ପିଆନ

22

ନୟାଗଡ/୧୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣୀକିଲୋ ହାଇସ୍କୁଲ ପଡିଆରେ ଚାଲିଥିବା ଫୁଟବଲ ମ୍ୟାଚ୍ ଫାଇନାଲ ହୋଇଯାଇଅଛି । ଏହି ଫାଇନାଲ ମ୍ୟାଚ୍ ପୁରୀ ଓ ନୟାଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଦଳ ନୟାଗଡ ଦଳ କୁ ୨/୦ ଗୋଲ ରେ ପରାସ୍ତ କରି ଚମ୍ପିଆନ ହୋଇଥିବା ଜଣାପଡିଛି । ଏହି ଗଡବାଣୀକିଲୋ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଘାଟିକିଆ , ଭୂବନେଶ୍ୱର , ବାଙ୍କି , ଜଟଣୀ , ନଇରୀ ଓ ବାରଙ୍ଗ ଦଳ ଚଳିତ ବର୍ଷ ଅଂଶ ଗ୍ରହଣ କରିଥିଲେ । ଏହି ଫାଇନାଲ ଖେଳ କୁ ସୈାକତ୍ ଅଲ୍ଲୀ ଖାଁ , ପ୍ରଫୁଲ କୁମାର ବେହେରା , ବିଦେଶୀ ନାୟକ ଓ ଅଶୋକ କୁମାର କୁଅଁର ପରିଚାଳନା କରିଥିଲେ ।

ଏହି ଫାଇନାଲ ଖେଳ ର ଉଦଘାଟକ ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ବଳିଆରସିଂ , ମୁଖ୍ୟ ଅତୀଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ସମ୍ମାନିତ ଅତୀଥି ଭାବେ ଅବସର ପ୍ରାପ୍ତ ପୁର୍ବତନ ଶାସନ ସଚିବ ଦୁର୍ଗା ଚରଣ ସାହୁ , ସମାଜ ସେବୀ ଷଚ୍ଚିକାନ୍ତ ସଡଙ୍ଗି ଯୋଗ ଦେଇଥିଲେ । ମୁଖ୍ୟ ଅତୀଥି ପୁରୀ ଦଳ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିବା ବେଳେ ନୟାଗଡ ଦଳ କୁ ରନର୍ସପ ଟ୍ରଫି ପ୍ରଦାନ କରିଥିଲେ । ୧୯୫୭ ମସିହା ରୁ ଗଡବାଣୀକିଲୋ ଠାରେ ଏହି ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେଉଥିଲେ ମଧ୍ୟ ଖେଳ ପଡିଆର ଉନ୍ନତି କରଣ ହୋଇନଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.