Home ଓଡ଼ିଶା ରଣପୁର ବ୍ଲକ ରେ ହିତାଧିକାରୀ ଙ୍କୁ ମିଳୁନି ଆବାସ ଯୋଜନା ର ଅର୍ଥ

ରଣପୁର ବ୍ଲକ ରେ ହିତାଧିକାରୀ ଙ୍କୁ ମିଳୁନି ଆବାସ ଯୋଜନା ର ଅର୍ଥ

93

ନୟାଗଡ/୧୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସରକାର କାହାକୁ ଚାଳ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ବିଜୁ ପକ୍କାଘର ଯୋଜନା ଭଳି ଯୋଜନା ମାନ କରିଛନ୍ତି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ କଲେ ହିତାଧିକାରୀ ମାନଙ୍କୁ ପୋତ୍ସାହନ ଅର୍ଥ ପ୍ରଦାନ କରା ଯାଉଅଛି । କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ ନିର୍ମାନ ଶେଷ କରିଥିଲେ ମଧ୍ୟ ଚତୁର୍ଥ କିସ୍ତି ପ୍ରଦାନ ରେ ବିଳମ୍ବ ଘଟୁଅଛି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମପଞ୍ଚାୟତ କୃଷ୍ଣଚନ୍ଦ୍ର ପୁର ଗ୍ରାମର ହିତାଧିକାରିଣୀ ଆଶାମଣୀ ପାତ୍ର ଙ୍କ ନିକଟରେ  । ଆଶାମଣୀ ୨୦୨୦ ମସିହା ନଭେମ୍ବର ୧ ତାରିଖରେ ଆବାସ ଯୋଜନା ରେ କାର୍ଯ୍ୟଦେଶ ପାଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା , ଦ୍ୱିତୀୟ କିସ୍ତିରେ ୩୫ ହଜାର ଟଙ୍କା , ତୃତୀୟ କିସ୍ତିରେ ୪୫ ହଜାର ଟଙ୍କା ଏପରି ସର୍ବ ମୋଟ ୧ ଲକ୍ଷ ଟଙ୍କା ପାଇ ସାରିଛନ୍ତି । ବର୍ତ୍ତମାନ ଗୃହ ନିର୍ମାଣ ସମ୍ପୁର୍ଣ୍ଣ କରିଥିବା ବେଳେ ଚତୁର୍ଥ କିସ୍ତି ୩୦ ହଜାର ଟଙ୍କା ପାଇଁ ରଣପୁର ବ୍ଲକ କୁ ଦୈାଡି ଦୈାଡି  ହତାସ ହୋଇପଡିଥିବା କଥା ଗଣମାଧ୍ୟମ କୁ କହିଛନ୍ତି । ପ୍ରଥମ ୩ କିସ୍ତି ପାଇବା ସମୟରେ ବ୍ଲକ କର୍ମଚାରୀ ଙ୍କ ଦ୍ୱାରା ଜିଓ ଟ୍ୟାଗ କରାଯାଇଥିଲା । ଚତୁର୍ଥ କିସ୍ତି ପାଇବା ପାଇଁ ବ୍ଲକ କର୍ମଚାରୀ ଯାଉନାହାଁନ୍ତି ।

ଗୃହ ନିର୍ମାନ ର ଶେଷ ଅବଧି ର ସମୟ ସୀମା ୨୦୨୧ ମାର୍ଚ୍ଚ ୩୧ ତାରିଖ ରହିଥିବା ବେଳେ ତା ପୁର୍ବରୁ ଗୃହ ଶେଷ କରିଥିଲେ ମଧ୍ୟ ଚତୁର୍ଥ କିସ୍ତି ୩୦ ହଜାର ଟଙ୍କା ପ୍ରଦାନ କରାଯାଉନାହିଁ । ଯାହାଫଳରେ ହିତାଧିକାରିଣୀ ଆଶାମଣୀ ପାତ୍ର ପ୍ରୋତ୍ସାହନ ରାଶି ପାଇବା ରୁ ବଂଚିତ ହେବେ ବୋଲି କହୁଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ପଟ୍ଟାୟତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ହୀତାଧିକାରିଣୀ ଆଶାମଣୀ ଙ୍କର ପୁତ୍ର ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଆଶାମଣୀ ଯେଉଁଠାରେ ଗୃହ ନିର୍ମାଣ ପାଇଁ ପ୍ରଥମେ କାଗଜ ପତ୍ର ଦେଇ କାର୍ଯ୍ୟାଦେଶ ନେଇଥିଲେ ସେହି ଜାଗାରେ ଗୃହ ନକରି ଅନ୍ୟତ୍ର ଗୃହ ନିର୍ମାଣ କରିଛନ୍ତି । ତେଣୁ ସମ୍ପୃକ୍ତ ଅଂଚଳ ର ରାଜସ୍ୱ ଅଧିକାରୀ ଙ୍କ ଠାରୁ ରିପୋର୍ଟ ଆସିଲା ପରେ ହୀତାଧିକାରିଣୀ ଙ୍କୁ ବକେୟା ଚତୁର୍ଥ କିସ୍ତି ଅର୍ଥ ପ୍ରଦାନ କରାଯିବ । ପଞ୍ଚାୟତ ସାରା ପ୍ରଶ୍ନ ଉଠୁଚି ଯେ ପ୍ରଥମ ୩ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ଯେଉଁ ଜିଓ ଟ୍ୟାଗ କରାଯାଇଥିଲା । ସେଥିରୁ ବ୍ଲକ କର୍ତ୍ତୁପକ୍ଷ ଅନ୍ୟତ୍ର ଗୃହ ନିର୍ମାଣ କରିଛନ୍ତି ବୋଲି ଜାଣି ପାରିଲେ ନାହିଁ କିପରି । ବର୍ତ୍ତମାନ ହିତାଧିକାରିଣୀ ଆଶାମଣୀ କରିବେ କଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.