Home ଜିଲ୍ଲା ପରିକ୍ରମା ଅଗ୍ନିବିପନ୍ନ ପରିବାରକୁ ହ୍ୟାପିକ୍ଲବର ସହାୟତା

ଅଗ୍ନିବିପନ୍ନ ପରିବାରକୁ ହ୍ୟାପିକ୍ଲବର ସହାୟତା

15

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ହ୍ୟାପିକ୍ଲବ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି । ଭଣ୍ଡାରୀପୋଖରୀ ବ୍ଲକ ଦକ୍ଷିଣବାଡ଼ ଗ୍ରାମର ଉପେନ୍ଦ୍ର ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କର ୨ ବଖରା ଗୃହ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ହ୍ୟାପିକ୍ଲବର ସଦସ୍ୟ ସୁକାନ୍ତ ସାହୁ, ସୌମ୍ୟରଞ୍ଜନ କର, ସୁବ୍ରତ ମହାପାତ୍ର, ବିଭୁତି ଖଟୁଆ, ସଞ୍ଜୟ ବେହେରା, ଜ୍ୟୋର୍ତିମୟୀ ଜେନା, ପବିତ୍ର ଲେଙ୍କା, ଭୀମସେଦ ଜେନା ଓ ସତ୍ୟରଞ୍ଜନ ଧଳ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏଥିସହ ୧୫ ଦିନର ଶୁଖିଲା ଖାଦ୍ୟ ରାସନ ସାମଗ୍ରୀ, ଶୀତବସ୍ତ୍ର ଯୋଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.