Home Top News ସଂଘ ପ୍ରମୂଖଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ ..

ସଂଘ ପ୍ରମୂଖଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ ..

53

ନୂଆଦିଲ୍ଲୀ/ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଯୋଗୀ ଆଦିତ୍ୟନାଥ ଏବଂ ସର- ସଂଘଚାଳକ ମୋହନ ଭାଗବତଙ୍କର ଏହି ସାକ୍ଷାତ ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା। ଖବର ମୁତାବକ ଯୋଗୀ ଆଦିତ୍ୟନାଥ ମୋହନ ଭଗବତଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ଟା ସମୟରେ ଉତ୍ତରପ୍ରଦେଶର ନବ ନିର୍ବାଚିତ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ହେବ।ସୂଚନାଯୋଗ୍ୟ ଯେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଚାରି ଦିନିଆ ପ୍ରବାସରେ ଗୋରଖପୁରରେ ପହଞ୍ଚିଛନ୍ତି। ଏହା ଭିତରେ ସେ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମାର୍ଚ୍ଚ ୨୨ ତାରିଖରେ ପରିବାର ଜ୍ଞାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ବାବା ଗମ୍ଭୀରନ୍ନାଥ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘ ସ୍ୱୟଂ ସେବକ ଏବଂ ସେମାନଙ୍କ ପରିବାର ଅଂଶଗ୍ରହଣ କରିବେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.