Home Top News ମା’ କୁ ପିଟି ପିଟି ହତ୍ୟାକଲା ମଦ୍ୟପ ପୁଅ

ମା’ କୁ ପିଟି ପିଟି ହତ୍ୟାକଲା ମଦ୍ୟପ ପୁଅ

70

ନବରଙ୍ଗପୁର ୨୦-୩ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ଗୌଡ଼) ନିଜ ଗର୍ଭରୁ ଯାହାକୁ ଜନ୍ମ ଦେଇଥିଲା। ଅତି ଆଦରର ସହିତ ଲାଳନ ପାଳନ ଯାହାକୁ ପିଲାଟି ଦିନରୁ ଲାଳନ ପାଳନ କରିଥିଲା ସେ ଦିନେ ନିଜ ମା’ର ଜୀବନ ନେଇଯିବ ତାହା କେହେ କେବେ ବିଶ୍ୱାସ କରିପାରିବନାହିଁ। କିନ୍ତୁ ଏ କଳିଯୁଗରେ ଏପରି ଘଟଣା ଘଟିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।

ତେବେ ମା’ କୁ ପିଟି ପିଟି ହତ୍ୟା କଲା ପୁଅ। ନୃଶଂସ ଭାବେ ହତ୍ୟା କରି ଏବେ ପୋଲିସ ହେପାଜତରେ ପୁଅ। ଫଗୁ ରଙ୍ଗରେ ପୁର ଠାରୁ ପଲ୍ଲୀ ରଙ୍ଗେଇ ହେଉଥିବା ବେଳେ ରକ୍ତରେ ରଞ୍ଜିତ ହୋଇଛି ନବରଙ୍ଗପୁର ସହର ଦାରୁବନ୍ଧ ସାହି ସ୍ଥିତ ବନ୍ଧମୁଣ୍ଡା ବସ୍ତିରେ। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ପୁଅ ହାତରେ ଜୀବନ ଯାଇଛି ଜନ୍ମ କଲା ମା’ ର। ମଦ୍ୟପ ପୁଅ ପିଟି ପିଟି ନିଜ ହାତରେ ମାରିଛି ବୁଢ଼ୀ ମା’ କୁ। ମୃତ ମା’ ହେଉଛି ଜେମା ଅମାନତ୍ୟ ଓ ଅଭିଯୁକ୍ତ ପୁଅ ହେଉଛି ନବୀନ ଅମାନତ୍ୟ।

ହୋଲି ଖେଳି ମଦ ନିଶା ରେ ମସଗୁଲ ଥିବା ପୁଅ ନବୀନ ଘରକୁ ଆସି ଅପରାହ୍ନରେ ମା’ ଜେମା ସହ ଝଗଡା କରି ହାତ ଉଠେଇବା ସହ ହାତରେ ପିଟି ଥିଲା। ଫଳରେ ଅଚେତ ହୋଇ ମା’ ତଳେ ପଡିଯାଇଥିଲା। ଦୀର୍ଘ ସମୟ ଯାଏ ମା ଜେମା ଘରୁ ବାହାରକୁ ନା ବାହାରିବାରୁ ପଡ଼ୋଶୀମାନେ ସନ୍ଦେହ କରି ଯାଇ ଦେଖିଲା ବେଳକୁ ମା ଜେମା ଅମାନତ୍ୟ ଅଚେତ ହୋଇ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ବସ୍ତି ବାସିନ୍ଦା ପୋଲିସକୁ ସଂଗେ ସଂଗେ ଜଣେଇବା ପରେ ପୋଲିସ ପହଂଚି ଶବ କୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ନବୀନ ଅମାନତ୍ୟ କୁ ଥାନା ରେ ଆଣି ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.