Home Top News ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ – ଦଳୀୟ ଅନୁଶାସନ ଭଙ୍ଗ ୧୨ ଜଣଙ୍କୁ ଦଳରୁ...

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ – ଦଳୀୟ ଅନୁଶାସନ ଭଙ୍ଗ ୧୨ ଜଣଙ୍କୁ ଦଳରୁ ବହିଷ୍କାର

94

ଭୁବନେଶ୍ୱର, ୨୦/୦୩ (ଓଡ଼ିଆ ପୁଅ) : ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ସୁନାବେଡା ପୌର ପରିଷଦ ମଣ୍ଡଳର ରାଜେନ୍ଦ୍ର କୁମାର ପାତ୍ର, ରାୟଗଡ଼ା ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ସୁଜାତା ପଟ୍ଟନାୟକ, ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବି.ଗଙ୍ଗାଧର, ନବରଙ୍ଗପୁର ପୌର ପରିଷଦ ମଣ୍ଡଳର ମଳୟ ଜେନା ଏବଂ ମହିଳା ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦିକା ବବିତା ସାହୁ, ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ. ହିମାଂଶୁ ଷଡଙ୍ଗୀ, ସୁନ୍ଦରଗଡ ଜିଲ୍ଲା ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ବୈକୁଣ୍ଠ ବାନଛର, ସୁନ୍ଦରଗଡ ନଗର ମଣ୍ଡଳ ସଭାପତି (ଅନୁସୂଚିତ ଜାତି ମୋର୍ଚ୍ଚା) ମହେଶ ତନ୍ତି, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁଷୁରାର ପୂର୍ବତନ ମଣ୍ଡଳ ସଭାପତି ଅମରେଶ କେଡିଆ, ଝାରସୁଗୁଡା ଜିଲ୍ଲା ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ମନୋଜ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ (ଅନୁସୂଚିତ ଜାତି ମୋର୍ଚ୍ଚା) ନିମାଇଁ ଚରଣ ତାଣ୍ଡିଙ୍କୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.