Home ଅପରାଧ ଲଭ୍ ଜିହାଦ୍ ବିରୋଧରେ ଆକ୍ସନ୍ ମୁଡ଼ରେ ସିଏମ୍

ଲଭ୍ ଜିହାଦ୍ ବିରୋଧରେ ଆକ୍ସନ୍ ମୁଡ଼ରେ ସିଏମ୍

146

ଲକ୍ଷ୍ନୌ: ଲଭ୍ ଜିହାଦ୍ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ।ଉତ୍ତରପ୍ରଦେଶରେ ଏବେ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ବଦଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୃହ ଏବଂ ପୋଲିସ୍ ଅଧିକାରୀଙ୍କୁ ରାଜ୍ୟରେ ଲଭ୍ ଜିହାଦ୍ ଘଟଣା ରୋକିବା ପାଇଁ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ କହିଛନ୍ତି ଯେ ପରିଚୟ ଲୁଚାଇ, ଉସୁକାଇ, ପ୍ରଲୋଭନ ଦେଖାଇ କିମ୍ବା ବ୍ଲାକମେଲ୍ କରି ଧର୍ମାନ୍ତରୀକରଣ ଉଦ୍ୟମ କରିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ମହିଳାଙ୍କୁ ନିର୍ଯାତନା କିମ୍ବା ତାଙ୍କ ସହ ହିଂସା ଘଟଣାକୁ ସହ୍ୟ କରାଯିବ ନାହିଁ।

ଅଧିକାରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନିକଟରେ ଘଟିଥିବା ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଘଟଣା ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି। ଏହି ସମୟରେ ମିରଟ, କାନପୁର ଏବଂ ଲଖୀମପୁରରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାର (ଲଭ୍ ଜିହାଦ୍) ଘଟଣାର ସମୀକ୍ଷା କରାଯାଇଥିଲା। ଏଥିରେ ଲଖୀମପୁର ଏବଂ ମିରଟରେ ଯୁବତୀଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏପରି ଘଟଣା ରୋକିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଉ। ଏପରି ସୂଚନାକୁ ଗମ୍ଭୀତାର ସହ ନେଇ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ। କାନପୁରର ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କରି ଧର୍ମ ପରିବର୍ତ୍ତନ କରି ନିଜ ଇଚ୍ଛାରେ ନିକାହ କରିବା କଥା କହିଥିଲେ। ଏହା ପରେ ବିଶ୍ବ ହିନ୍ଦୁ ପରିଷଦର କର୍ମୀ ଯୁବକଙ୍କ ବିରୋଧରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ କରି କିଦବଇ ନଗର ଥାନା ବାହାରେ ଉତ୍ତେଜନା ସୃଷ୍ଟି କରିଥିଲେ। ସେମାନେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଏବଂ ଅଭିଯୁକ୍ତ ଯୁବକକୁ ଗିରଫ କରିବାକୁ ଦାବି କରିଥିଲେ।

ତେବେ ଏପରି ସବୁ ଘଟଣା ଉପରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଆୱସ୍ତି କହିଛନ୍ତି ଯେ ଏହା ଏକ ସାମାଜିକ ପ୍ରସଙ୍ଗ। ଏହାକୁ ରୋକିବା ପାଇଁ ସମସ୍ତ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ପଡ଼ିବ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ଏବଂ ଆମକୁ କଠୋର ହେବାକୁ ପଡ଼ିବ। ଆୱସ୍ତି କହିଛନ୍ତି ଯେ, ଲଭ୍ ଜିହାଦ୍ ସହ ଜଡିତ ମାମଲା ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ସମ୍ଭବ, କାରଣ ଏହି ମାମଲା ଗୁଡ଼ିକ ମଧ୍ୟରୁ ଅନେକ କୋର୍ଟରେ ବିଚାରାଧୀନ ଅଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ନୂତନ ଆଇନ ଅଣାଯିବ କି ନାହିଁ ପଚରାଯିବାରୁ ଆୱସ୍ତି କହିଛନ୍ତି ଯେ ଯେହେତୁ ପ୍ରଚଳିତ ଆଇନ ଯଥେଷ୍ଟ ହେବ, ତେଣୁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.