Home ଆନ୍ତର୍ଜାତୀୟ “ବ୍ରୋକିନି” : ପୁରୁଷ ମାନଙ୍କ ପାଇଁ ବିକିନି – ଗୋଟିଏ କାନ୍ଧରେ ଟର୍ଣ୍ଣ ହୋଇଥିବା ବିଚିତ୍ର...

“ବ୍ରୋକିନି” : ପୁରୁଷ ମାନଙ୍କ ପାଇଁ ବିକିନି – ଗୋଟିଏ କାନ୍ଧରେ ଟର୍ଣ୍ଣ ହୋଇଥିବା ବିଚିତ୍ର ପୁରୁଷ ସ୍ୱିମିଂ ସୁଟ୍

252

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ଟରୋଣ୍ଟୋରୁ ଦୁଇଜଣ ଯୁବକ ପୁରୁଷମାନଙ୍କ ପାଇଁ ସ୍ୱିମିଂ ପୋଷାକ ବିକ୍ରି କରିବା ପାଇଁ ଏକ କମ୍ପାନୀ ଆରମ୍ଭ କରିଛନ୍ତି। ଚାଡ ସାସ୍କୋ ଏବଂ ଟେଲର ଫିଲ୍ଡ ନାମକ ଦୁଇ ଜଣ ପୁରୁଷ ଏହି ବିଚିତ୍ର ଧରଣର ବେଳାଭୂମି ସ୍ୱିମିଂ ସୁଟ୍ ବିକ୍ରୟ କରିବା ପାଇଁ ବ୍ରୋକିନି ନାମକ କମ୍ପାନୀ ଆରମ୍ଭ କରିଛନ୍ତି।

ଏହା “ପୁରୁଷମାନଙ୍କ ପାଇଁ ବିକିନି” ଯାହା “ଆପଣଙ୍କୁ ଏକ ନୂତନ ଷ୍ଟାଇଲିଷ୍ଟ କରି ଦେଖାଇବ” ଏବଂ “ଆପଣଙ୍କ ପିତାମାତାଙ୍କୁ ନିରାଶ କରିବ।”

ବ୍ରୋକିନି – ଗୋଟିଏ ପଟ କାନ୍ଧରେ ଲମ୍ବା ଛାପ ଥିବା ଏକ ସ୍ୱିମିଂ ପୋଷାକ ବର୍ତ୍ତମାନ ଦୁଇଟି ପ୍ରିଣ୍ଟରେ ଉପଲବ୍ଧ।

ବ୍ରୋମିଙ୍ଗୋ (Bromingo) – ଗୋଲାପୀ ଫ୍ଲାମିଙ୍ଗୋ ପ୍ୟାଟର୍ଣ୍ଣ

ଏବଂ

ଫାଇନ୍‌ଆପଲ (Fineapple) – ନୀଳ ରଙ୍ଗ ଉପରେ ହଳଦିଆ ରଙ୍ଗର ସପୁରୀ ସହିତ

ୱେବସାଇଟରେ ତାଲିକାଭୁକ୍ତ ମୂଲ୍ୟ ହେଉଛି ୪୫ ଡଲାର ଅର୍ଥାତ୍ ପାଖାପାଖି ୩ ହଜାର ୩ ଶହ ଟଙ୍କା।

“ଆମେ ବ୍ୟାଛେଲର ପାର୍ଟୀକୁ ଯିବା ସମୟରେ ଅଦ୍ଭୁତ ସ୍ୱିମିଂ ସୁଟ ପିନ୍ଧିବା ଆରମ୍ଭ କରିଥିଲୁ ଏବଂ ତା’ପରେ ଆମେ ଭାବିଥିଲୁ, ଏହା ହୁଏତ ପୁରଷ ମାନଙ୍କ ପାଇଁ ସ୍ୱିଂମିଂ ସୁଟ ହୋଇପାରେ।” ବୋଲି Daily Mail କୁ ଦେଇଥିବା ଏକ ଇଣ୍ଟଭ୍ୟୁରେ କୁହାଯାଇଛି।

ସେମାନେ ୨୫୦ ଟି ସୁଟ୍ ତିଆରି କରିଥିଲେ, ସେଥିପାଇଁ ୫୦୦୦ ଡଲାର୍ ଖର୍ଚ୍ଚ କରିଥିଲେ। ଜୁଲାଇ ୧୯ ରେ ପ୍ରଥମ ବିକ୍ରି ହୋଇଥିଲା।

ସାସ୍କୋ କହିଛନ୍ତି ଯେ ଆମେ ଏକ ଗାଧୋଇବା ସୁଟ୍ ଆଣିବାକୁ ଚାହୁଁଥିଲୁ ଯାହା ସମୁଦ୍ର କୂଳରେ ବୁଲିବା, ୱିକ ଏଣ୍ଡରେ ବ୍ୟାଚେଲର୍ ପାର୍ଟି ଏବଂ ଫେଷ୍ଟିଭାଲ୍ ପାଇଁ ବୁଲିବାରେ ମଜା ଆଣିବ। COVID ସମୟରେ ଏହା ଲଞ୍ଚ କରିବା ଠିକ୍ ନୁହେଁ, କିନ୍ତୁ, ଲୋକଙ୍କୁ ଆପଣଙ୍କଠାରୁ ୬ ଫୁଟ ଦୂରରେ ରଖିବା ପାଇଁ ବ୍ରୋକିନିସ୍ ଏକ ଉତ୍ତମ ଉପାୟ ହୋଇପାରେ ବୋଲି ସେ କହିଛନ୍ତି।

ୱେବସାଇଟ୍ ପୃଷ୍ଠା କୁହାଯାଇଛିଯେ, “ଆମେ ଆଶା କରୁଛୁ ଦିନେ ନା ଦିନେ ବ୍ରୋକିନି ଆମର କ୍ରିପ୍ଟୋକରେନ୍ସି କ୍ଷତିର ଭରଣା କରିବ। କିନ୍ତୁ ଏହି ବ୍ୟବସାୟ କିପରି ଚାଲିବ ତାହା ଆମର ଧାରଣା ନାହିଁ ଯାହା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ।”

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.