Home ଆମ ପର୍ବ ପର୍ବାଣୀ ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି...

ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା

1302

ଲକ୍ଷ୍ନୌ: ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜି ପାରିବ।ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, କାଉଡ଼ିଆ ଯାତ୍ରା ସମୟରେ ଡିଜେ କିମ୍ବା ମାଇକ୍ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ।କିନ୍ତୁ ସ୍ଥାନୀୟ ଅଧିକାରୀ ଏହା ଅବଶ୍ୟ ସୁନିଶ୍ଚିତ କରିବେ, ଯେ କାଉଡ଼ିଆ ଯାତ୍ରା ସମୟରେ ଯେପରି କେବଳ ଭଜନ ହିଁ ବାଜିବ।ଏହା ସହିତ ଡିଜେର ଶବ୍ଦ ଏପରି ରହିବ ଯେତିକି ସ୍ମୃତି ମଧୁର ଲାଗିବ।

ଏହା ସହ ଯୋଗୀ ଭିଡିଓ କନ୍ଫରେସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ କାଉଡ଼ିଆ ଯାତ୍ରା ସଂପର୍ଣ୍ଣ କରାଯାଉ।ଯେଉଁ ଲୋକ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରିବେ, ସେମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହା ସହ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରମୁଖ ଶିବାଳୟ ପରିସର ସଫା ସୁତରା ରଖିବାକୁ ଏବଂ ଆବଶ୍ୟକତା ଅନୁଯାୟୀ ବିଜୁଳି, ପାଣି, ମହିଳା ମାନଙ୍କର ସୁରକ୍ଷା ଆଦି ପ୍ରତି ଦୃଷ୍ଟି ଦେବାକୁ ଆଦେଶ ଜାରି ହୋଇଛି।ସେହିପରି କାଉଡ଼ିଆ ମାନଙ୍କର ଯାତ୍ରା ମାର୍ଗରେ ଯେପରି କୌଣସି ମଦ ଦୋକାନ ଏବଂ କଂସେଇ ଖାନା ନ’ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଆଦେଶ ଜାରି ହୋଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.