Home Top News ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା ୟାସ : ଜଗତସିଂହପୁରରେ ଉପକୂଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର...

ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା ୟାସ : ଜଗତସିଂହପୁରରେ ଉପକୂଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ

379

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଛି ଅତି ଭୟଙ୍କର ବାତ୍ୟା “ୟାସ୍‌”, କିଛି ସମୟ ପରେ ନେବ ଭୟଙ୍କର ବାତ୍ୟାର ରୂପ। ଏବେ “ୟାସ୍‌” ପାରାଦୀପ ଠାରୁ ୪୯୦ କିଲୋମିଟର, ବାଲେଶ୍ୱରଠାରୁ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ସନ୍ଧ୍ୟା ୫ଟା ୨୬ ମିନିଟ୍‌ରେ ଆସିଥିବା ସ୍ୟାଟେଲାଇଟ୍‌ଫଟୋରୁ ପାଣିପାଗ ବିଭାଗ ଆକଳନ କରି କହିଛି।

ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ୟାସ୍, ପରବର୍ତ୍ତୀ ପ୍ରାୟ କିଛି ଘଣ୍ଟା ମଧ୍ୟରେ ଏକ ଭୟଙ୍କର ବାତ୍ୟାରେ ଏବଂ ଆସନ୍ତା କାଲି ସକାଳେ ତୀବ୍ର ହେବ ଏବଂ ଅତ୍ୟଧିକ ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ। ଏଥିପାଇଁ ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲା ପ୍ରଭାବିତ ହେବେ ବୋଲି ଲ୍ଲା ଉତ୍ତର ଓଡ଼ିଶାର ବାଲେଶ୍ୱରକୁ ଆଲର୍ଟରେ ରଖାଯାଇଛି। ହୁଏତ ଏହା ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ରହିଛି ରିଲିଫ୍ କାର୍ଯ୍ୟ ପାଇଁ। ୨୬ ମଇ ସକାଳ ସୁଦ୍ଧା ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି ଏବଂ ଏହା ଦ୍ୱିପ୍ରହରରେ ଓଡ଼ିଶା ଉପକୂଳ ଦେଇଗତି କରିବ ବୋଲି ଆକଳନ କରାଯାଉଛି। ବାଲେଶ୍ୱର ଉପରେ ବିଶେଷ କରି ପ୍ରଶାସନର ନଜର। ଯଦିଓ ୨୬ ମଇ ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡ଼ିଶା ୱେଷ୍ଟ ବେଙ୍ଗଲ ଉପକୂଳ ଦେଇ ଅତି ଭୟଙ୍କର ବାତ୍ୟା ଭାବରେ ଅତିକ୍ରମ କରିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ଏ ନେଇ ଏନଡିଆରଏଫର ଆଠଟି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ସୁରକ୍ଷା ଏବଂ ରିଲିଫ କାର୍ଯ୍ୟରେ ଯୋଗଦେବେ।

ବାତ୍ୟା ୟାସ୍ ଓଡିଶା ଉପକୂଳରେ ପହଁଚିବା ପୂର୍ବରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ପାରାଦୀପ ଏବଂ ଭଦ୍ରକରେ ସୋମବାର ଅପରାହ୍ନରେ ବର୍ଷା ଆରମ୍ଭ ହୋଇଛି।

ସାଇକ୍ଲୋନ ୟାସର ଲ୍ୟାଣ୍ଡଫଲ କରିବା ସମୟରେ ଉକ୍ତ କ୍ଷେତ୍ରରେ ରାଜ୍ୟ ‘ଜିରୋ କାଜୁଆଲିଟି’ର ଲକ୍ଷ୍ୟ ରଖିଛି। ଏ ନେଇ ପ୍ରଶାସନ ତରଫରୁ ଉପକୂଳିଆ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ପ୍ରଶାସନ ତରଫରୁ ଏନ୍‌ଡିଆର୍‌ଏଫ୍‌, ଓ ଓଡ୍ରାଫ୍‌ଟିମ୍‌ଏବଂ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ି ସାରିଲେଣି।

ଏହାକୁ ନେଇ ଜଗତସିଂହପୁରରେ ଅତିରିକ୍ତ ଜିଲ୍ଲାପାଳ ଓ ବିଡ଼ିଓଙ୍କ ତତ୍ତ୍ଵାବଧାନରେ ‘ୟାସ’ ବାତ୍ୟା ଆଶଙ୍କାରେ ତିର୍ତ୍ତୋଲ ବ୍ଲକରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଜଗତସିଂହପୁର ପୌରପାଳିକା ଅଞ୍ଚଳରେ ବସ୍ତିବାସିନ୍ଦା ମାନଙ୍କୁ ବାତ୍ୟା ୟାସ ଆଶଙ୍କାରେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଉଛି।

ୟାସ୍ ବାତ୍ୟା ନିମନ୍ତେ ପାରାଦ୍ଵୀପ ପୌରପାଳିକା ଅଞ୍ଚଳରେ ସ୍ଥାନାନ୍ତର ହେବାକୁ ଥିବା ଲୋକମାନଙ୍କ ପାଇଁ ଚୁଡ଼ା, ଗୁଡ଼, ବିସ୍କୁଟ ତଥା ପିଇବା ପାଣି ବୋତଲ ଜିଲ୍ଲାପାଳ ଓ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଗଚ୍ଛିତ ରଖାଯାଉଛି।

ୟାସ୍ ବାତ୍ୟା ଆଶଙ୍କାରେ ପାରାଦ୍ଵୀପ ପୌରପାଳିକା ଅଞ୍ଚଳରେ ହୋର୍ଡିଙ୍ଗ ସବୁ ହଟାଇ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା “ୟାସ୍”ର ମୁକାବିଲା ନିମନ୍ତେ ଜିଲ୍ଲାପାଳ କୁଜଙ୍ଗ ବ୍ଲକରେ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗର କର୍ମଚାରୀ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

https://twitter.com/CollectorJspur/status/1396830802139238400

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.