Home ଜିଲ୍ଲା ପରିକ୍ରମା ପଡିଆ ବ୍ଲକରେ କାଳ ବୈଷାଖୀର ତାଣ୍ଡବ, ୬୦ରୁ ଉର୍ଧଘର ଭାଙ୍ଗି ନଷ୍ଟ

ପଡିଆ ବ୍ଲକରେ କାଳ ବୈଷାଖୀର ତାଣ୍ଡବ, ୬୦ରୁ ଉର୍ଧଘର ଭାଙ୍ଗି ନଷ୍ଟ

103

ମାଲକାନଗିରି,୨୪ ।୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି,ଛତିଶଗଡ ରାଜ୍ୟ ସୀମାନ୍ତ ପଡିଆ ବ୍ଲକ ଅଚଂଳରେ ଏହି କାଳ ବୈଶାଖୀର ପ୍ରଭାବରେ ପ୍ରାୟ ୬୦ରୁ ଉର୍ଧଘର ଭାଙ୍ଗି ନଷ୍ଟ ହୋଇଯାଇଛି । ରବିବାର ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳବେଗରେ ପବନ ସାଙ୍ଗକୁ ବର୍ଷା ହେବା ଦ୍ୱାରା ବହୁତ କ୍ଷୟକ୍ଷତି ଘଠିଛି । ପଡିଆ ବ୍ଲକ ଅଚଂଳରେ ବାସଗୃହ,ଦୋକାନ ଗୃହ ,ସ୍କୁଲ ଘର ଉଡାଇ ନେବାସ ହ ବୃତ ବୃହତ ଗଛଭାଙ୍ଗି ପଡି ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି । ରବିବାର ଅପରାହ୍ନରେ ହଟାତ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ବେଗରେ ପବନ ବୋହିବା ଆରମ୍ଭ କରିଦେଇଥିଲା । ୟାସ ବତ୍ୟା ପଳାଇ ଆସିଲା କି ଭାବି ଗ୍ରାମବାସୀ ମାନେ ଭୟଭିତ ହୋଇଯାଇଥିଲେ । ଦେଖୁ ଦେଖୁ ବର୍ଷା ସାଙ୍ଗକୁ ପବନର ଗତି ବଢି ଯାଇଥିଲା । ଏହାର ପ୍ରଭାବରେ ପଡିଆ ପଚାଂୟତର ରୁଜାଂ ମାଧବ,ଦିଲିପ ମଣ୍ଡଳ,ନାକା ରତ୍ନାୟା,ଆଦି ଆନନ୍ଦକୁମାର ରାଓ,ଗୁଣ୍ଡାମ ଜାନବାବୁ, ପନ୍ଦି ମଣିକୁମାରୀ,ଚିନାମ ପ୍ରଭାବକର,ଓ୍ୟାନ୍ତାଲା ଅବଦିନିକ,ଓ୍ୟାନ୍ତାଲା ରତ୍ନାମାଳା,ଚୀନାମ ଶୋଭାନା,ଚୀନମ ମୋଶେ,ପେଦି ବିଜୟ,ବାତିନିନ ଦେବଦାନମ, ଚିନାମ ଦେବେନ୍ଦ୍ର୍‌ରାଜୁ,କୋଡି ରାଜକୁମାର ,ଓ୍ୟାନ୍ତାଲା ସେଦରକ,ନାକା ରବିକୁମାର,ଜି, ବିନୋଦ,ଙ୍କ ସହିତ ଅନ୍ୟାମାନଙ୍କ ଘର ଛପର ଉଡାଇ ନେବା ସହିତ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି ,ପଡିଆ ବ୍ଲକ ଅଚଂଳରେ ଥିବା ଅନେକ ସ୍କୁଲ ଘର ଟିଣ ଛପର ଉଡାଇନେଇଥିବାର ଦେଖିବାକୁ ମିଳିଛି । ପଡିଆ ବ୍ଲକ ସହିତ ମୋଟୁ,କାଲିମେଳା, ଏମଭି୭୯,ଏମଭି୭୨ ଅଚଂଳରେ ସ୍କୁଲଘର ସହିତ ଗ୍ରାମର ଅନେକ ଲୋକଙ୍କ ଘରର ଟିଣ ଓ ଟାଇଲ ଛପର ପବନରେ ଉଡାଇ ନେବାସହ ଗଛ ଉପୁଡି ପଡିଛି । ଏହି କାଳ ବୈଶାଖୀର ପ୍ରଭାବରେ ଜିଲ୍ଲାର କାଲିମେଳା,ପଡିଆ, ମୋଟୁ,ଚିତ୍ରକୋଣ୍ଡା,ଆଦି ଅଚଂଳରେ ଅନେକ କ୍ଷୟ କ୍ଷତି ଘଟିଥିବାର ଜଣାପଡିଛି । ଆଜି ସକାଳେ ମୋଟୁ ତହସିଲଦାର ଶଶାଂଙ୍କ ସେଖର ମିଶ୍ର କାଳବୈଶାଖୀରେ କ୍ଷୟ କ୍ଷତି ହୋଇଥିବା ଅଚଂଳ ଗସ୍ତକରି କିଛି ଲୋକାଙ୍କୁ ପଲିଥିନ ଯୋଗାଇ ଦେବାସହ କ୍ଷୟ କ୍ଷତିର ବିବରଣୀ ସଂଗ୍ରହ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.