Home Coronavirus Outbreak ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ – ୨୪ ଘଣ୍ଟାରେ ୨୦୦୩ ମୃତ

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ – ୨୪ ଘଣ୍ଟାରେ ୨୦୦୩ ମୃତ

1224

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କରୋନାଭାଇରସରେ ୧୦, ୯୭୪ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୦୦୩ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
କିନ୍ତୁ, ଭଲ କଥା ହେଉଛି ଆମର ଆରୋଗ୍ୟ ହାର ବହୁତ ଭଲରେ ଅଛିଛି। ଏପର୍ଯ୍ୟନ୍ତ ଭାରତରେ ୩, ୫୪, ୦୫୬ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ୧, ୮୬, ୯୩୫ ଜଣ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ କରୋନାରେ ଦେଶରେ ୧୧, ୯୦୩ ଲୋକ ମୃତ୍ୟୁ ବରଣ କରିସାରିଲେଣି।

ମୁଖ୍ୟାଂଶ –

– ଏହା ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
– ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩, ୫୪, ୦୫୬ କରୋନା ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୧, ୫୫, ୨୨୭ ସକ୍ରିୟ ମାମଲା ଅଛି |
– ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦, ୯୭୪ ଟି କରୋନା ମାମଲା ରହିଛି ଏବଂ ୨୦୦୩ ଲୋକଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.