Home ଅପରାଧ ମଦ ପାଇଁ ପଇସା ନଦେବାରୁ ମାକୁ ଟାଙ୍ଗିଆରେ ହାଣିଲା ପୁଅ

ମଦ ପାଇଁ ପଇସା ନଦେବାରୁ ମାକୁ ଟାଙ୍ଗିଆରେ ହାଣିଲା ପୁଅ

258

କେନ୍ଦୁଝର, ତା ୧୭ ଜୁନ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମଦ ପିଇ ନିଶାରେ ମାକୁ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି ପୁଅ । ଖବର ଅନୁଯାୟୀ ଆଜି ରଜ ପାଇଁ ଉକ୍ତ ମୁଣ୍ଡାସାହିର ବୁଧୁ ବେଣ୍ଟକାର ମଦ ପିଇବା ପାଇଁ ମା ରଜନୀକୁ ପଇସା ମାଗିଥିଲେ । ହେଲେ ରଜନୀ ପଇସା ନଦେବାରୁ ପୁଅ ବୁଧୁ ଏକ ଟାଙ୍ଗିଆରେ ମୁଣ୍ଡକୁ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଫଳରେ ଟାଙ୍ଗିଆ ଚୋଟରେ ରଜନୀ ଗୁରୁତର ହୋଇଥିଲେ । ଘଟଣା ପରେ ଗ୍ରାମର ଲୋକମାନେ ରଜନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏଥିସହ କେନ୍ଦୁଝର ସଦର ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଘଟଣା ପରେ ପୁଅ ବୁଧୁ ଫେରାର ଅଛନ୍ତି । ରଜନୀର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଏପର୍ଯ୍ୟନ୍ତ ପୁଅ ବୁଧୁର ପତା ସଦର ପୋଲିସ ପାଇବା ପାଇଁ ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.