Home ଆନ୍ତର୍ଜାତୀୟ ଜବାନ୍ ଦେଉଥିଲେ ବଳିଦାନ; ଦେଶ ଡୁବିଥିଲା ରାଷ୍ଟ୍ରଭକ୍ତିରେ: ବିଜେପି ଚୁର୍ ଥିଲା ଜୁମ୍ ନିଶାରେ ..

ଜବାନ୍ ଦେଉଥିଲେ ବଳିଦାନ; ଦେଶ ଡୁବିଥିଲା ରାଷ୍ଟ୍ରଭକ୍ତିରେ: ବିଜେପି ଚୁର୍ ଥିଲା ଜୁମ୍ ନିଶାରେ ..

811

ଭୁବନେଶ୍ୱର: ଏଣେ ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଥିବା ବେଳେ ତେଣେ ଭାରତ- ଚାଇନା ସୀମାରେ ଉତ୍ତେଜନା। ସେହି ଉତ୍ତେଜନା ବିଷ୍ପୋରକ ରୂପ ନେଇ ଭାରତ ଏବଂ ଚାଇନା ସୀମାରେ ଘଟିଛି ହିଂସାକାଣ୍ଡ। ଏ’ ପର୍ଯ୍ୟନ୍ତ ସୂଚନା ମୁତାବକ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ବେଳେ ୪୩ ରୁ ଉର୍ଦ୍ଧ୍ଵ ଚାଇନା ସୈନିକ ହତାହତ ହୋଇଛନ୍ତି। ଏହାପରେ ସୀମାରେ ଉତ୍ତେଜନା ଆହୁରୀ ଅଧିକ ବୃଦ୍ଧି ପାଇଛି। ବୟକଟ୍ ଚାଇନା ପ୍ରଡକ୍ଟ୍ (ଚାଇନା ସାମଗ୍ରୀ ବର୍ଜନ) ନେଇ ଭାରତରେ ଉଠୁଥିବା ସ୍ୱର ଏହି ଘଟଣା ପରେ ତୀବ୍ର ହୋଇଛି। ଦେଶର ଜନତା ଦେଶ ଭକ୍ତିରେ ଡୁବି ଯାଇଛନ୍ତି। ଚାଇନା ବିରୋଧରେ ଅକ୍ରୋଶ ବୃଦ୍ଧି ପାଇଛି। ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ ଏବଂ ଚାଇନା ସାମଗ୍ରୀ ବର୍ଜନ ନେଇ ଚାରିଆଡ଼ୁ ସ୍ୱର ଶୁଭୁଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ଗୁଡ଼ିକରେ କାଲିଠାରୁ ଏହା ହିଁ ସବୁ ଦେଖିବାକୁ ମିଳୁଛି। କିନ୍ତୁ, ଏଥିରୁ ବ୍ୟତିକ୍ରମ ଥିଲା ବିଜେପି। ଯବାନଙ୍କ ବଳିଦାନ, କାଲି ଦିନଟି ଯେପରି ସେମାନଙ୍କ ପାଇଁ କୌଣସି ମାନେ ନଥିଲା। ଦେଶ ଏଣେ ରାଷ୍ଟ୍ରଭକ୍ତି ନିଶାରେ ଡୁବି ଯାଇଥିବା ବେଳେ ବିଜେପି କିନ୍ତୁ ସେମାନଙ୍କ ଭିଡିଓ କନ୍ଫରେନ୍ସିଂ ଭର୍ଚୁଆଲ୍ ରାଲି ପାଇଁ ଚୁର୍ ଥିଲେ ଜୁମ୍ ଆପ୍ ନିଶାରେ।

ଚାଇନା ନିଜର ବିଭିନ୍ନ ଆପ୍ ଜରିଆରେ ଅନ୍ୟ ଦେଶରୁ ତଥ୍ୟ ଚୋରୀ କରୁଥିବା ଅଭିଯୋଗ ହେଉଛି। ଏହି ସବୁ ଆପ୍ ଗୁଡ଼ିକ ମଧ୍ୟରେ ଟିକଟକ୍, ୟୁସି ବ୍ରାଉଜର, ହିକ୍ ଭିଜନ୍, ହୁବାୱେ ଏବଂ ଜୁମ୍ ଆପ୍ ରହିଛି। ଭାରତରେ ଏବେ ଟିକଟକ୍ ବ୍ୟବହାର ବର୍ଜନ କରିବାକୁ ଆହ୍ୱାନ ବଢ଼ି ଚାଲିଥିବା ବେଳେ ଭାରତ ସରକାର ବିଶେଷ ଭାବରେ ଜୁମ୍ ଆପ୍ ବ୍ୟବହାର କରିବା ଉପରେ ଚେତାବନୀ ଜାରୀ କରିଛନ୍ତି। ବିଶେଷ କରି ଜୁମ୍ ଆପ୍ ମାଧ୍ୟମରେ ହିଁ ଚାଇନା ଅଧିକ ତଥ୍ୟ ଚୋରୀ କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ବ୍ୟବହାର ଉପରେ କେନ୍ଦ୍ର ସରକାର କିଛି ଆଡଭାଇଜର୍ ଜାରୀ କରିଛନ୍ତି। ତଥ୍ୟ ଲିକ୍ ହେବା ଘଟଣା ଜଣାପଡ଼ିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର ସମନ୍ୱୟ କେନ୍ଦ୍ର ପକ୍ଷରୁ ଏଥିନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ, ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କାଲି ଆୟୋଜନ କରିଥିଲା “ମହିଳା ଜନ ସମ୍ବାଦ ରାଲି”। ତାହା ପୁଣି ଏହି ଜୁମ୍ ଆପ୍ ମାଧ୍ୟମରେ। ତେଣେ ସୀମାରେ ଉତ୍ତେଜନା ଚାଲିଥିବା ବେଳେ, ସୀମାରେ ତେଣେ ଭାରତ ଏବଂ ଚାଇନା ସେନାଙ୍କ ମଧ୍ୟରେ ହିଂସାକାଣ୍ଡ ଘଟି ଭାରତୀୟ ଜବାନଙ୍କ ବଳିଦାନର ଖବର ଆସୁଥିବା ବେଳେ ଠିକ୍ ସେହି ସମୟରେ ବିଜେପି କରୁଥିଲା ଜନ ସଂପର୍କ ରାଲି। ତାହା ପୁଣି ଜୁମ୍ ଆପ୍ ମାଧ୍ୟମରେ। ଦୁଃଖଦ ଏବଂ ଲଜ୍ଜାଜନକ କଥା ହେଲା ସ୍ବଦେଶୀ ବ୍ୟବହାର ତଥା ଆତ୍ମନିର୍ଭରଶୀଳ ଭାରତର ଆହ୍ୱାନ ଦେଉଥିବା ଲୋକ ନିଜେ ବିଦେଶୀ ତଥା ଚାଇନା ପ୍ଲାଟଫର୍ମର ବ୍ୟବହାର କରୁଥିଲେ ଏବଂ ଏହା ଆଉ କେହି ନୁହେଁ, କରୁଥିଲା ବିଜେପି।

ମୋଦୀ ସରକାରଙ୍କ ଦୂତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦୀ ସରକାରଙ୍କ ଉପଲବ୍ଧି ଗୁଡ଼ିକ ପ୍ରଚାର କରିବା ପାଇଁ ଏବଂ ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆହ୍ୱାନକୁ ପାଳନ କରିବା ପାଇଁ, “ମହିଳା ହେଲେ ସ୍ୱାବଲମ୍ବୀ ଭାରତ ହେବ ଆତ୍ମନିର୍ଭରଶୀଳ” କହି ମହିଳା ମୋର୍ଚ୍ଚା ଭର୍ଚୁଆଲ୍ ରାଲି କରୁଥିଲା। ଯାହାର ସିଧାପ୍ରସାରଣ ଫେସବୁକ୍, ୟୁଟ୍ୟୁବ୍, ଟ୍ୱିଟର୍ ଆଦି ସୋସିଆଲ୍ ପ୍ଲାଟଫର୍ମ୍ ମାଧ୍ୟମରେ ହେବା ସହ ଜୁମ୍ ଆପର ମଧ୍ୟ ବ୍ୟବହାର ହୋଇଥିଲା। ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଜୁମ୍ ଆପ୍ ଜରିଆରେ ଏଥିରେ ସିଧାସଳଖ ଯୋଡ଼ି ହୋଇଥିଲେ। ଏହି ଭର୍ଚୁଆଲ୍ ରାଲିରେ ଉଦ୍ବୋଧନ ଦେଇଥିଲେ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହାତକର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନାଯୋଗ୍ୟ ଯେ ଏଇ କିଛି ଦିନ ତଳେ “ଓଡ଼ିଶା ସମ୍ବାଦ ରାଲି” ନାମରେ ଭର୍ଚୁଆଲ୍ ରାଲି ମାଧ୍ୟମରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମୋଦୀ ସରକାରଙ୍କ ଉପଲବ୍ଧି ବଖାଣି ସାରିଥିଲେ। କରୋନା ସଙ୍କଟ କାଳରେ ବିଜେପିର ଏପରି ପ୍ରଚାରକୁ ସମାଲୋଚନା କରାଯାଉଥିବା ବେଳେ ପୁଣି ସେହି କଥା ଦୋହରାଇବାର କ’ଣ ବା ଆବଶ୍ୟକତା ଥିଲା ବୋଲି ଏବେ ପ୍ରଶ୍ନ ଉଠୁଛି। ତାହା ପୁଣି ଚାଇନା ଆପ୍ ଜୁମ୍ ମାଧ୍ୟମରେ, ଯେତେବେଳେ କି ତେଣେ ସୀମାରେ ଯବାନ୍ ଦେଶ ପାଇଁ ଦେଉଥିଲେ ବଳିଦାନ। ଏହାକୁ ନେଇ ଏବେ ବିଜେପିକୁ ତୀବ୍ର ସମାଲୋଚନା କରାଯାଉଛି। ଏପରି କି ବିଜେପି ଭିତରେ ଅନେକ ମୂଳ ସଙ୍ଗଠନ ବିଚାରଧାରାର ଲୋକ ଏହାକୁ ଖୁବ୍ ନାପସନ୍ଦ କରୁଛନ୍ତି। ଆତ୍ମପ୍ରଚାର ନିଶାରେ ବିଜେପି ବୋଧେ ରାଷ୍ଟ୍ରଭକ୍ତି ହରାଇ ବସିଛି। ନେସନ୍ ଫାଷ୍ଟ୍, ପାର୍ଟି ନେକ୍ସ୍ଟ୍, ଏବଂ ସେଲ୍ଫ୍ ଲାଷ୍ଟ୍ କହୁଥିବା ବିଜେପି ଏଠି ନିଜର ସେଲ୍ଫ୍ ଫାଷ୍ଟ୍, ପାର୍ଟି ନେକ୍ସ୍ଟ୍ ଏବଂ ନେସନ୍ ଲାଷ୍ଟ୍ ମନୋଭାବ ଦେଖାଇଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ମୁଖ୍ୟତଃ ଆକ୍ଷେପ କରାଯାଉଛି। ଏହା ବିଜେପିର କିପରି ରାଷ୍ଟ୍ରଭକ୍ତି, ଏହା କିପରି ଆତ୍ମନିର୍ଭରଶୀଳ ଭାରତ ଯୋଜନା। ଲଜ୍ଜା।। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.