Home ଓଡ଼ିଶା କି’ଏ ହେବ ଭଦ୍ରକ ଭାଜପା ପାର୍ଥି:ମହିଳା/ଯୁବା/ନୂଆ ଚେହେରା ନାଁ’ ପାର୍ଥି ଆମଦାନୀ ହେବେ?

କି’ଏ ହେବ ଭଦ୍ରକ ଭାଜପା ପାର୍ଥି:ମହିଳା/ଯୁବା/ନୂଆ ଚେହେରା ନାଁ’ ପାର୍ଥି ଆମଦାନୀ ହେବେ?

1241

ଭୁବନେଶ୍ୱର:କିଏ ହେବ ଭଦ୍ରକ ବିଧାନସଭା ନିର୍ବାଚନୀ ମଣ୍ଡଳୀର ଭାଜପା ପାର୍ଥି?ଏହାକୁ ନେଇ ଭଦ୍ରକ ଭାଜପାରେ ଏବେ ଖୁବ୍ ଆଲୋଚନା।କିଛି ଦିନ ତଳେ ଏଠାରୁ ତିନି ଜଣ ପ୍ରମୁଖ ଦାବେଦାରଙ୍କ ନାଁ’ ଶୁଣା ଯାଉଥିଲା ବେଳେ ଏବେ ହଠାତ ବାହାର ଦଳରୁ ପାର୍ଥି ଆମଦାନୀ କରିବ ବୋଲି ଚର୍ଚ୍ଚା ହେଲା।ଏଥିରେ ଗତ ଦୁଇ ନିର୍ବାଚନରେ କଂଗ୍ରେସ ପାର୍ଥି ନରେନ ପଲେଇଙ୍କ ନାଁ’ ଆଗରେ ରହିଲା।ଆମଦାନୀ ହୋଇ ଚର୍ଚ୍ଚିତ ସେହି ଚେହେରା ଭାଜପା ମିଶ୍ରଣ ପର୍ବରେ ଟୋପି ପିନ୍ଧି ଥାଆନ୍ତେ।ରାଜ୍ୟ ସ୍ତରରୁ ଏପରି ନିଷ୍ପତି ଭଦ୍ରକ ଭାଜପା ଉପରେ ଲଦି ଦିଆଯିବାର ଯୋଜନା ଥିବା ବେଳେ ଭଦ୍ରକ ଭାଜପା ଭିତରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଯୋଗୁଁ ସେହି ମିଶ୍ରଣଟି ଏବେ ଅଟକି ରହିଛି।କିନ୍ତୁ ଏବେ ସେହି ନାମ ଚର୍ଚ୍ଚାରେ ରହିଛି!ତେବେ ଯେଉଁ ତିନି ଜଣ ପ୍ରମୁଖ ଦାବେଦାରଙ୍କ ନାମ ଏଠାରେ ଆଲୋଚନା ହୋଇ ଆସୁଥିଲା, ସେମାନେ ହେଲେ ଗତ ଥରର ପାର୍ଥି ପ୍ରଦୀପ ନାୟକ,ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆ ଏବଂ ଆଗତ ଥରର ପାର୍ଥି ତୁଷାରକାନ୍ତି ଜେନା।

ଗତ ୨୦୧୪ ଏବଂ ୨୦୦୯ ନିର୍ବାଚନକୁ ଦେଖିଲେ ଭଦ୍ରକରେ ଭାଜପା ପାର୍ଥିଙ୍କ ପ୍ରଦର୍ଶନ ଖୁବ୍ ନୈରାଶ୍ୟ ଜନକ ଥିଲା।୨୦୦୯ରେ ବିଜେଡି ପାର୍ଥି ଯୁଗଳ କିଶୋର ପଟ୍ଟନାୟକ ନିର୍ବାଚନ ଜିତିଥିଲେ।ଯୁଗଳ ୫୩.୯୯% ହାରରେ ୭୫,୨୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।କଂଗ୍ରେସ ଥିଲା ଦୂତୀୟ ସ୍ଥାନରେ।କଂଗ୍ରେସ ପାର୍ଥି ନରେନ ପଲେଇ ୩୮.୬୩% ହାରରେ ୫୩,୮୬୬ ଖଣ୍ଡ ଭୋଟ ପାଇଥିଲେ।ଭାଜପା ଥିଲା ତୃତୀୟ ସ୍ଥାନରେ।ପ୍ରଦର୍ଶନ ଥିଲା ଅତ୍ୟନ୍ତ ନୈରାଶ୍ୟ ଜନକ।ଭାଜପା ପାର୍ଥି ତୁଷାରକାନ୍ତି ଜେନା ୫.୫୬% ହାରରେ ମାତ୍ର ୭,୭୫୫ ଖଣ୍ଡ ଭୋଟ ପାଇ ପାରିଥିଲେ।ସେହିପରି ୨୦୧୪ରେ ଭଦ୍ରକରୁ ପୁନର୍ବାର ବିଧାୟକ ହୋଇଥିଲେ ଯୁଗଳ କିଶୋର ପଟ୍ଟନାୟକ।ଯୁଗଳ ୪୯.୮୬% ପ୍ରତିଶତ ହାରରେ ୮୦,୫୮୨ ଭୋଟ ପାଇ ନିର୍ବାଚନ ଜିତିଥିଲେ।ଦୂତୀୟ ସ୍ଥାନରେ ଥିଲେ କଂଗ୍ରେସ ପାର୍ଥି ନରେନ ପଲେଇ।ନରେନ ୩୫.୨୭% ହାରରେ ୫୬,୫୮୨ ଭୋଟ ପାଇଥିଲେ।ଏବଂ ତୃତୀୟ ସ୍ଥାନରେ ଥିଲେ ଭାଜପା ପାର୍ଥି ପ୍ରଦୀପ କୁମାର ନାୟକ।୨୦୦୯ ତୁଳନାରେ ଭାଜପାର ଭୋଟ ହାର କିଛିଟା ବଢ଼ିଥିଲେ ମଧ୍ୟ ତାହା ମଧ୍ୟ ନୈରାଶ୍ୟ ଜନକ ଥିଲା।ପ୍ରଦୀପ ମାତ୍ର ୧୧.୯୯% ହାରରେ ୧୯,୩୮୪ ଖଣ୍ଡ ଭୋଟ ପାଇ ପାରିଥିଲେ।

ତେବେ ୨୦୧୪ ନିର୍ବାଚନର ପାର୍ଥି ହିସାବରେ ପ୍ରଦୀପ ନାୟକ ନିଜକୁ ଭଦ୍ରକ ବିଧାନସଭା ନେତା ତଥା ୨୦୧୯ର ପାର୍ଥି ଭାବି ଦୀର୍ଘ ଦିନ ହେଲା ବସି ପଡ଼ିଥିଲେ।ଏ’ ଭିତରେ ଉଠି ବସିଲେ ତୁଷାରକାନ୍ତ ନାୟକ।ସେ ପୁଣି ଆରମ୍ଭ କରିଦେଲେ ସଙ୍ଗଠନ।ବିଜେଡି ସହ ନୁହେଁ,ଭଦ୍ରକ ବିଜେପିର ଦୁଇ ନେତା ପ୍ରଦୀପ ଏବଂ ତୁଷାର ପରସ୍ପରଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା।କେହି କାହାରିକୁ ନିଜେ ନିଜେ ଆୟୋଜିତ କରୁଥିବା ସଭାକୁ ଡାକିଲେ ନାହିଁ।ଏପରି ଏକ ସଭାକୁ ନେଇ ପ୍ରଦୀପ ଏବଂ ତୁଷାର ସମର୍ଥକଙ୍କ ମଧ୍ୟରେ ଘଟିଲା ଗଣ୍ଡଗୋଳ।ଭଦ୍ରକ ଭାଜପାର ଗୋଷ୍ଠୀ କନ୍ଦଳ,ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା।

ତେବେ ଏ ଭିତରେ ଭଦ୍ରକରେ ଜଣେ ଉଦିୟମାନ ଯୁବା ନାରୀ ନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କର ଆବିର୍ଭାବ ହୋଇ ସାରିଥାଏ।ମନସ୍ମିତା ଭଦ୍ରକ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ।ନିଜ ଜିଲ୍ଲାରେ ଭାଜପାର କାର୍ଯ୍ୟକ୍ରମ ଗୁଡ଼ିକ ସମେତ ମହିଳା ମୋର୍ଚ୍ଚାର ରାଜ୍ୟ ସ୍ତରୀୟ ଅନେକ ତଥା ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ତାଙ୍କୁ ସକ୍ରିୟ ଦେଖାଗଲା।ଏପରିକି ବିଜେପି ଓଡ଼ିଶା ମହିଳା ମୋର୍ଚ୍ଚାର ସେ ଜଣେ ଦକ୍ଷ ନେତ୍ରୀ ଭାବରେ ପରିଚିତ ହୋଇଗଲେ।ତାଙ୍କର ସାଙ୍ଗଠନିକ ଦକ୍ଷତା ଦେଖି ଭାଜପା ତାଙ୍କୁ ଅଧିକରୁ ଅଧିକ କାମ ଦେଲା।ରାଜ୍ୟ ମହିଳା ମୋର୍ଚ୍ଚା,ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକରଙ୍କର ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ଭଦ୍ରକରେ କରିବାକୁ ସ୍ଥିର କଲା।ଦଳୀୟ କାମ ସମେତ ଭଦ୍ରକର ଆଞ୍ଚଳିକ ସମସ୍ୟା,ଦୁର୍ଘଟଣାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ,ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପରି ସାମୁହିକ ଆନ୍ଦୋଳନ ଗୁଡ଼ିକରେ ମଧ୍ୟ ମନସ୍ମିତାଙ୍କୁ ନେତୃତ୍ୱ ନେଉଥିବାର ଦେଖାଗଲା।

ମହିଳାମାନଙ୍କୁ ଏବଂ ଯୁବାମାନଙ୍କୁ ରାଜନୀତିରେ ଅଗ୍ରାଧିକାର ଦେବା କଥା କହି ବିଭିନ୍ନ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି।ସେହି କ୍ରମରେ ଦେଖିଲେ ଭାଜପା ମହିଳା ପାର୍ଥି ଭାବରେ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା,ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରି ଅନ୍ୟାନ୍ୟ କିଛି ପ୍ରମୁଖ ନାମ ଭିତରେ ମନସ୍ମିତା ଖୁଣ୍ଟିଆଙ୍କର ନାମ ମଧ୍ୟ ଆସୁଛି।ତେବେ ଦେଖିବାକୁ ବାକି ରହିଲା ଭାଜପା କ’ଣ ନିଷ୍ପତି ନେଉଛି।ଜଣେ ଦକ୍ଷ,ନାରୀ ତଥା ଯୁବା ନେତ୍ରୀଙ୍କୁ ପାର୍ଥି କରାଉଛି,ନାଁ ଗତ ଦୁଇଥର ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିବା ପାର୍ଥିଙ୍କ ମଧ୍ୟରୁ କିନ୍ତୁ,ଦଳ ଭିତରୁ ହିଁ କାହାରିକୁ ଟିକେଟ ଦେଉଛି।କିମ୍ବା ଭାଜପା ତା’ର ନିଜ ସମ୍ବଳ ନିଜ ନେତାଙ୍କ ଉପରେ ଭରଷା ନ’କରି,ପାର୍ଥି ଆମଦାନୀ କରୁଛି!//ଦେବଦତ୍ତ

ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?

https://odiapua.com/ଉଦିୟମାନ-ଯୁବା-ନେତ୍ରୀ-ମନସ୍/

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.