Home Top News ବିଜେପି ପ୍ରଶିକ୍ଷଣ ବର୍ଗରେ କୁଆଡ଼େ ଗଲେ ଧର୍ମେନ୍ଦ୍ର ..

ବିଜେପି ପ୍ରଶିକ୍ଷଣ ବର୍ଗରେ କୁଆଡ଼େ ଗଲେ ଧର୍ମେନ୍ଦ୍ର ..

52

ଭୁବନେଶ୍ୱର: ଗତ ୧୩ ତାରିଖରୁ ଆରମ୍ଭ ହୋଇ ପୁରୀଠାରେ ଚାଲିଥିବା ରାଜ୍ୟ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗ ଗୁରୁବାର ସନ୍ଧ୍ୟାରେ ସମାପନ ଘଟିଛି। ଦୀର୍ଘ ୮ ବର୍ଷ ପରେ ରାଜ୍ୟ ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥିଲା। ମନଇଚ୍ଛା ତଥା ଅବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିବା ଓଡ଼ିଶା ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ପ୍ରଥମରୁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଥିଲା। ସବୁ ବଡ଼ବଡ଼ ପଦପଦବୀ ମାଡ଼ି ବସିଥିବା ତଥା ରାଜ୍ୟ ବିଜେପିର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିଜର ଆଧିପତ୍ୟ ଜାହିର୍ କରି ଆସୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀଙ୍କର ଏଥର କାଇଁ ସେପରି ପ୍ରଭାବ ନଥିଲା। ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ତଦାରଖରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ପରି ଅନୁଭବ ହେଉଥିଲା। ପ୍ରଶିକ୍ଷଣ ବର୍ଗରେ ରାଜ୍ୟ ସଭାପତି, ଅନ୍ୟାନ୍ୟ ରାଜ୍ୟ ପଦାଧିକାରୀ, ଓଡ଼ିଶା ପ୍ରଭାରୀ, କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ପଦାଧିକାରୀ ମାନେ ଆସି ବିଭିନ୍ନ ସତ୍ରରେ ଭିନ୍ନ ଭିନ୍ନ ବିଷୟ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ। ଶେଷ ଦିବସରେ ସମାରୋପ ସତ୍ରରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ୍ ସନ୍ତୋଷ ରାଜ୍ୟ ସଙ୍ଗଠନର ଦୃବଳ ସ୍ଥିତି ତଥା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ବିଜେପିକୁ ଧୋଇ ଦେଇଥିଲେ।ତେବେ, ୧୩ ତାରିଖ ଦିନ ଉଦ୍ଘାଟନୀ ସତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗବାର କୁହାଯାଉଥିଲା। ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ବର ବିମାନବନ୍ଦର ଠାରୁ ଆରମ୍ଭ କରି ଭୁବନେଶ୍ୱର – ପୁରୀ ରାସ୍ତାରେ ସମର୍ଥକ ଗୋଷ୍ଠୀ ଅପେକ୍ଷା କରି ରହିଥିଲେ। କିନ୍ତୁ, କ’ଣ ହେଲା କେଜାଣି, ମନ୍ତ୍ରୀ ଆସିଲେ ନାହିଁ। ଘଟଣା କ’ଣ କେହି ଜାଣି ପାରିଲେନି। କିଏ କହିଲା ମନ୍ତ୍ରୀଙ୍କୁ କୁଆଡ଼େ ପିଏମଓରୁ ଜରୁରୀ ଡାକରା ପଡ଼ିଲା ତ’ କିଏ କହିଲା ଜରୁରୀ କାମ ରହିଗଲା। କିଏ ପୁଣି କହିଲା ମନ୍ତ୍ରୀଙ୍କ ଦେହ ଖରାପ ହୋଇଗଲା। କିଏ କହିଲା ଏପରି ସ୍ଥିତି ବାବଦରେ ଆଗୁଆ ଆକଳନ କରିପାରି ନିଜ ମର୍ଯ୍ୟଦା ନ’ହରାଇବା ପାଇଁ କୁଆଡ଼େ ମନ୍ତ୍ରୀ ଦୂରେଇ ରହିଲେ। ତେବେ, ଓଡ଼ିଶା ବିଜେପିରେ ଏମିତି କୌଣସି ବଡ଼ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ନରହିବା ବୋଧେ କେବେ ହୋଇନଥିବ। ତାହା ପୁଣି ୮ ବର୍ଷ ପରେ କାର୍ଯ୍ୟକାରିଣୀ ହେଉଥିଲା ଏବଂ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ୍ ସନ୍ତୋଷଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା। ତେଣୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି କାହିଁକି ସହଜରେ ହଜମ ହେଉନି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.