Home Coronavirus Outbreak ଯଦି ଲକ୍ ଡାଉନ୍ ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତା ..

ଯଦି ଲକ୍ ଡାଉନ୍ ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତା ..

325

ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କ କାରଣରୁ ଭାରତରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି। ଏ’ ଭିତରେ ଭାରତରେ କରୋନା ଭାଇରସ୍ ସଂକ୍ରମିତ ମାମଲା ଏକ ଲକ୍ଷରୁ ଅଧିକ ରହିଛି। ତେବେ ଯଦି ଲକ୍ ଡାଉନ୍ ଘୋଷଣା ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତା, ନେଇ ମନରେ ଏକ ପ୍ରଶ୍ନ ଉଠୁଛି। ଏହାର ଉତ୍ତର ହେଲା ଲକ୍ ଡାଉନ୍ ଘୋଷଣା ହୋଇନଥିଲେ ଦେଶରେ ସ୍ଥିତି ହୁଏତ ଅତ୍ୟନ୍ତ ଭୟାବହ ହୋଇଥାଆନ୍ତା।

ନିତି ଆୟୋଗ ସଦସ୍ୟ ବିନୋଦ ପାଲ୍ କେତେକ ତଥ୍ୟ ଆଧାରରେ କହିଛନ୍ତି ଯେ, ଯଦି ଲକ୍ ଡାଉନ୍ ଘୋଷଣା ହୋଇନଥାନ୍ତା ତେବେ ଭାରତରେ କରୋନା ସଂକ୍ରମିତ ମାମଲା ୨୯ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଆନ୍ତା ଏବଂ ୩୭ ରୁ ୩୮ ହଜାର ଲୋକଙ୍କର ମୃତ୍ୟୁ ଘଟି ଥାଆନ୍ତା। ପାଲ୍ କହିଛନ୍ତି, ଏହି ତଥ୍ୟ ପ୍ରଥମ ଏବଂ ଦୂତୀୟ ଲକ୍ ଡାଉନ୍ ମଧ୍ୟରେ ଲକ୍ ଡାଉନ୍ କିମ୍ବା ଅନ୍ୟ କୌଣସି ବିକଳ୍ପ ପଦକ୍ଷେପ ଉପରେ ଆଧାରିତ ନିଷ୍କର୍ଷ ଅଟେ। ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ବିଶ୍ଳେଷଣ ଗୁଡ଼ିକର ନିଷ୍କର୍ଷ ସୂଚାଉଛି ଯେ ଲକ୍ ଡାଉନ୍ ଯୋଗୁଁ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଖୁବ୍ ମନ୍ଥର ହେବାରେ ସଫଳ ହୋଇଛି।

ବିନୋଦ ପାଲ୍ କହିଛନ୍ତି ଯେ ମାର୍ଚ୍ଚ ୨୬ ରୁ ମେ ୧୫ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଅଭିବୃଦ୍ଧି ହାରରୁ ବହୁତ କିଛି ଜଣାପଡ଼ୁଛି। ଦେଶରେ ୩ ଏପ୍ରିଲ ପର୍ଯ୍ୟନ୍ତ ୨୨.୦୬ ପ୍ରତିଶତ ହାରରେ ମାମଲା ବୃଦ୍ଧି ପାଉଥିଲା। ପରେ ଏହି ବୃଦ୍ଧି ହାର ୫.୫ ପ୍ରତିଶତକୁ ଖସି ଆସିଲା। ପୂର୍ବରୁ ୩.୫ ଦିନରେ ମାମଲା ଦ୍ୱିଗୁଣିତ ହେଉଥିଲା, ବର୍ତ୍ତମାନ ୧୩.୫ ଦିନରେ ଏହା ଦ୍ୱିଗୁଣିତ ହେଉଛି। ସରକାର କିଛି ଡେଟା ଏକ୍ସପର୍ଟଙ୍କ ମାଧ୍ୟମରେ ଲକ୍ ଡାଉନର ଫାଇଦା ଏବଂ କ୍ଷତିକୁ ନେଇ ଏକ ସର୍ଭେ କରାଇଛନ୍ତି। ଯେଉଁଥିରେ ପ୍ରାଇଭେଟ୍ କମ୍ପାନୀ ସହିତ ବିଦେଶୀ କନ୍ସଲେଟିଂ ଗ୍ରୁପ୍ ମଧ୍ୟ ସାମିଲ ଅଛନ୍ତି। ପାଲଙ୍କ କହିବା ଅନୁଯାୟୀ, କରୋନା ସଂକ୍ରମଣର ୬୦ ପ୍ରତିଶତ ମାମଲା ପାଞ୍ଚଟି ରାଜ୍ୟରେ ଏବଂ ୭୦ ପ୍ରତିଶତ ମାମଲା କେବଳ ୧୦ଟି ରାଜ୍ୟରେ ଅଛି। ଏଥିରେ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ କର୍ଣ୍ଣାଟକ ଅନ୍ତର୍ଭୁକ୍ତ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.