Home Coronavirus Outbreak ଭଲଖବର – ୬୨ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭଲଖବର – ୬୨ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

328

ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସୂଚନା ଅନୁଯାୟୀ ଗଞ୍ଜାମରୁ ୪୧ ଜଣ ସୁସ୍ଥ ହୋଇଛନ୍ତି, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଜଣ ଏବଂ ଭଦ୍ରକରୁ ଜଣେ, ମୟୁରଭଞ୍ଜରୁ ଜଣେ ଓ ଯାଜପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ୬୨ ଜଣ କରୋନା ସୁସ୍ଥ ମିଶାଇ ରାଜ୍ୟରେ ମୋଟ୍‌୪୯୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୫ ସକ୍ରୀୟ ଅଛନ୍ତି ଓ ୭ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.