Home Coronavirus Outbreak ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ୧୨୬୯ ଆକ୍ରାନ୍ତ

ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ୧୨୬୯ ଆକ୍ରାନ୍ତ

434

ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ୮୨୬ଟି ସକ୍ରିୟ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାର ସୂଚନା ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ଦେଇଛି। ତେବେ ଏଡ଼ିଶାର ପାଞ୍ଚଟି ଜିଲ୍ଲା କୋରନା ମୁକ୍ତ ଥିବା ବେଳେ ଆଜି ଆଉ ଦୁଇଟି ଜିଲ୍ଲା କୋରନା ସଂକ୍ରମିତ ହୋଇଛି। ଅର୍ଥାତ୍ ପ୍ରଥମ ଥର ପାଇଁ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ କରୋନା ପ୍ରବେଶ କରିଛି।

୮୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ୧୪ ଜଣ, ବାଲେଶ୍ୱର ୩ ଜଣ, ପୁରୀ ୧୭ ଜଣ ଓ କଟକରୁ ଜଣେ, ସୁନ୍ଦରଗଡ଼ରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ ଓ ମାଲକାନଗିରିରୁ ୫ ଜଣ, କନ୍ଧମାଳରୁ ୨ ଜଣ, ଝାରସୁଗୁଡାରୁ ୩ ଜଣ, ଗଜପତିରେ ୪ ଜଣ ଓ ନବରଙ୍ଗପୁରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂଆ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ହୋମ କ୍ଵାରେଣ୍ଟାଇନ ଓ ୭ ଜଣ ସ୍ଥାନୀୟ ଲୋକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.