Home Top News ୨୦ରେ କ’ଣ କରିବେ ବିଜେପି ନେତାନେତ୍ରୀ: ଲୁଚିବେ ନାଁ, ଦେଖାଦେବେ?

୨୦ରେ କ’ଣ କରିବେ ବିଜେପି ନେତାନେତ୍ରୀ: ଲୁଚିବେ ନାଁ, ଦେଖାଦେବେ?

108

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ କ’ଣ କରିବେ ଭଦ୍ରକ ଜିଲ୍ଲା ବିଜେପି ନେତାନେତ୍ରୀ? ଲୁଚିବେ ନାଁ, ଦେଖାଦେବେ? ସ୍ଵଭାବିକ ଭାବରେ ମନରେ ପ୍ରଶ୍ନ ଉଠୁଥିବ କାହିଁକି, ୨୦ ତାରିଖରେ ଏମିତି କ’ଣ ହେବ କି? କିଛି ନାହିଁ, ୨୦ରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ଜାଗୁଳା ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଅପରାଜିତା ଷଡ଼ଙ୍ଗୀ। ଏମିତିରେ ଅପରାଜିତା ରାଜ୍ୟରେ ଯେଉଁ ସ୍ଥାନକୁ ଯାଆନ୍ତି ସେଠାରେ ସ୍ଥାନୀୟ ବିଜେପି ନେତାନେତ୍ରୀଙ୍କୁ ଦେଖାଯାଏନି। ଜିଲ୍ଲା ସଭାପତି ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ କିମ୍ବା ସ୍ଥାନୀୟ କେହି ରାଜ୍ୟ ସ୍ତରୀୟ ନେତାଙ୍କୁ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଦେଖାଯାଏନି। ଏପରିକି ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତାଙ୍କ ଖାସ୍ ଅନୁଗତ ମାନଙ୍କ ପାଖରୁ ଅପରାଜିତାଙ୍କ କାର୍ଯ୍ୟକ୍ରମରେ କେହି ସାମିଲ୍ ନହେବା ପାଇଁ ନିର୍ଦ୍ଦେଶ ଆସେ ବୋଲି ଶୁଣିବାକୁ ମିଳେ। ଭଦ୍ରକରେ ମଧ୍ୟ ସମାନ ଅବସ୍ଥା ଘଟିସାରିଛି। ପୂର୍ବରୁ ଅପରାଜିତାଙ୍କ ଭଦ୍ରକ ଗସ୍ତ ସମୟରେ ବିଜେପିର ସେମିତି କୌଣସି ନେତାନେତ୍ରୀଙ୍କୁ ଦେଖିବାକୁ ମିଳିନି। ଯେଉଁମାନଙ୍କୁ ବା ଦେଖିବାକୁ ମିଳିଛି ସେମାନେ ସବୁ ଅସନ୍ତୁଷ୍ଟ ଅବା ଅବହେଳିତ ନେତାନେତ୍ରୀ ବା କର୍ମୀ। ଏପରିକି ଅପରାଜିତା ଭଦ୍ରକ ଯାଇ ନେତାଙ୍କ ଘରକୁ ଯାଇଥିବା ବେଳେ ନେତା ଲୁଚିଛନ୍ତି ବୋଲି ମଧ୍ୟ ଆଲୋଚନା ହୋଇଛି। ଏବେ ୨୦ରେ ପୁଣି ଅପରାଜିତା ଭଦ୍ରକ ଯିବେ। ଆଉ ବଡ଼ କଥା ହେଲା ସେହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଯୋଗଦେବେ। ତେଣୁ, ଦେଖିବାକୁ ବାକି ରହିଲା ଯେଉଁଠି ରାଜ୍ୟ ମୁଖିଆ ମନମୋହନ ସାମଲ (ସଭାପତି) ଅପରାଜିତାଙ୍କ ସାଥିରେ ରହିବେ ସେଠି ଭଦ୍ରକ ଜିଲ୍ଲା ବିଜେପି ନେତା ନେତ୍ରୀଗଣ କ’ଣ କରିବେ, ଲୁଚିବେ ନାଁ, ଦେଖାଦେବେ?

ସଭାପତି ବଦଳିବା ପରେ ସକ୍ରିୟ ହୋଇଯାଇଛି ସଂଘ !


-/Dev@Darth

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.