Home Top News ସଭାପତି ବଦଳିବା ପରେ ସକ୍ରିୟ ହୋଇଯାଇଛି ସଂଘ !

ସଭାପତି ବଦଳିବା ପରେ ସକ୍ରିୟ ହୋଇଯାଇଛି ସଂଘ !

103

ଭୁବନେଶ୍ୱର: ସମୀର ମହାନ୍ତିଙ୍କୁ ଅପସାରିତ କରି ମନମୋହନ ସାମଲ ରାଜ୍ୟ ସଭାପତି ଘୋଷଣା ହେବା ପରେ ରାଜ୍ୟ ବିଜେପିରେ ଏକ ବଡ଼ ହଲଚଲ୍ ସୃଷ୍ଟି ହୋଇଛି। ନିଜେ ନିଷ୍ପତ୍ତି ନେଇ ପାରୁଥିବା ଭଳି ଜଣେ ସଭାପତି ରାଜ୍ୟ ବିଜେପି ପାଇଛି। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ଗୁରୁତ୍ୱ ବଢ଼ିଯାଇଛି। ଏହାସହ ରାଜ୍ୟ ସଭାପତି ବଦଳିବା ପରେ ଓଡ଼ିଶାରେ ସଂଘ (ଆରଏସ୍ଏସ୍ଏସ) ପରିବାର ସକ୍ରିୟ ହୋଇଯାଇଛି। ଏହା ଭିତରେ ରାଜ୍ୟ ସଭାପତି ମନମୋହନ ସାମଲ ଖୁବ୍ ଶୀଘ୍ର ତାଙ୍କ ନୂଆ ଟିମ୍ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ତେବେ, ଚଳିତ ଥର ରାଜ୍ୟ ପଦାଧିକାରୀ ଟିମ୍ ଏକ ଭିନ୍ନ ଢଙ୍ଗରେ ସଂଘ ଓ ସଙ୍ଗଠନ ଯୋଜନା ଭିତରେ ହେବ ବୋଲି ଜଣାପଡ଼ୁଛି। ଦୀର୍ଘଦିନ ହେଲା ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତା, ମନ୍ତ୍ରୀ ଏବଂ ତାଙ୍କ ଗୋଷ୍ଠୀର ପ୍ରଭାବ ହ୍ରାସ କରାଯାଇ ଯୋଗ୍ୟ, ଦକ୍ଷ ଏବଂ ମୂଳ ବିଚାରଧାରାକୁ ଗୁରୁତ୍ୱ ଦେଇ ପଦାଧିକାରୀ ଚୟନ ହେବ ବୋଲି ଅନୁମାନ କରାଯାଉଛି। ଚାଟୁକାରିତା ଏବଂ ଗୋଷ୍ଠୀ ବିବାଦକୁ ପ୍ରୋତ୍ସାହନ ଦେଇ ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦୀର୍ଘ ଦିନ ହେଲା ରାଜ୍ୟ ବିଜେପି କଥାରେ ସେତେଟା ଆଗ୍ରହ ପ୍ରକାଶ କରୁନଥିବା ସଂଘ (ଆରଏସ୍ଏସ୍) ଏବେ ପୂର୍ଣ୍ଣ ସକ୍ରିୟ ହୋଇ ରାଜ୍ୟରେ ବିଜେପି ସରକାର ଗଠନ ନେଇ ମାର୍ଗ ପ୍ରସ୍ତୁତ କରିବା ଦିଗରେ ଲାଗିପଡ଼ିବ ବୋଲି ଜଣାପଡ଼ିଛି। ଏ’ ନେଇ ସଂଘ ତରଫରୁ ଲୋକସଭା କ୍ଷେତ୍ର, ବିଧାନସଭା କ୍ଷେତ୍ର ଏବଂ ଜିଲ୍ଲାକୁ ନଜରରେ ରଖି ବିଭାଗ ସ୍ତରୀୟ ବୈଠକ ଆୟୋଜିତ ହେଉଛି। ଯେଉଁଥିରେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ରହୁଛନ୍ତି। ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ମାଧ୍ୟମରେ ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜରିଆରେ ତାହା ସବୁ କାର୍ଯ୍ୟକାରୀ କରିବାକୁ ଯାଉଛି ବୋଲି ସୂଚନା ମିଳିଛି।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.