Home Top News ରୀତିମତ ଯାଉଛି ଅଭିଯୋଗ: ଜାଣନ୍ତି କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଘାତକ କିଏ?

ରୀତିମତ ଯାଉଛି ଅଭିଯୋଗ: ଜାଣନ୍ତି କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ଼ ଘାତକ କିଏ?

146

ଭୁବନେଶ୍ୱର: ଦିନ ଥିଲା ଧର୍ମେନ୍ଦ୍ରଙ୍କ ବିନା ଇଙ୍ଗିତରେ ଓଡ଼ିଶା ବିଜେପିରେ ପତ୍ରଟିଏ ହଲୁନଥିଲା। ବିଜେପି ମାନେ ଧର୍ମେନ୍ଦ୍ର, ଧର୍ମେନ୍ଦ୍ର ମାନେ ବିଜେପି ବୋଲି କୁହାଯାଉଥିଲା। ଏବେ କିନ୍ତୁ ଧୀରେ ଧୀରେ ଧର୍ମେନ୍ଦଙ୍କ ପ୍ରଧାନ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ କାହିଁକି? କିଏ ସିଏ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଘାତକ ସାଜିଛି, ଯାହା ଯୋଗୁଁ ତାଙ୍କର ପ୍ରଧାନ୍ୟ ହ୍ରାସ ପାଉଛି? ନବୀନ ପଟ୍ଟନାୟକ, ପାଣ୍ଡିଆନ, ବବି ଦାସ ନାଁ ନିଜ ଦଳର ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ନାଁ ମନମୋହନ ସାମଲ, କାହା ଯୋଗୁଁ ଧର୍ମେନ୍ଦ୍ରଙ୍କ ଅଧିକ କ୍ଷତି ଘଟୁଛି? ବାସ୍ତବରେ ଏମାନ ସମସ୍ତଙ୍କ ଅପେକ୍ଷା ଧର୍ମେନ୍ଦ୍ରଙ୍କ ପାଇଁ ବଡ଼ କ୍ଷତି କାରକ ସାଜିଛନ୍ତି ନିଜେ ଧର୍ମେନ୍ଦ୍ର ଆଉ ତାଙ୍କ ଚାଟୁକାର ସମର୍ଥକ। ଖୋସାମତି ପ୍ରିୟ ଧର୍ମେନ୍ଦ୍ରଙ୍କ ଖୋସାମତି କରି ଗୁଡାଏ ଅଯୋଗ୍ୟ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି। ନିଜକୁ ମନ୍ତ୍ରୀଙ୍କ ପାଖଲୋକ ବୋଲାଇ, ମନ୍ତ୍ରୀ କହିଛନ୍ତି ବୋଲି କହି ଯିଏ ଯାହାର ସ୍ୱାର୍ଥ ଅନୁଯାୟୀ ଯାହାକୁ ଯେମିତି ପାରିଲା କଥା କହିଲା, ଯେମିତି ପାରିଲା ବ୍ୟବହାର ଦେଖାଇଲା। ଯଦି କେହି ସଂଘ ପରିବାରର ସଦସ୍ୟ, ସଂଘ ବିଚାରଧାରା ବ୍ୟକ୍ତି ବା ବିଜେପିରେ କେହି ଭିନ୍ନ ମତ ରଖୁଥିବା ବ୍ୟକ୍ତି ଯଦି ଧର୍ମେନ୍ଦ୍ରଙ୍କୁ ନ’ସୁହାଇଲା ପରି କିଛି ମନ୍ତବ୍ୟ ରଖିଦେଲା, ତେବେ କଥା ସରିଗଲା। ଖୋସାମତି କରି ମନ୍ତ୍ରୀଙ୍କ ଠାରୁ ଲାଭ ପାଉଥିବା ବ୍ୟକ୍ତି ନିଜେ ବା ନିଜର କିଛି ଚାଟୁକାରଙ୍କୁ ଲଗାଇ ସେମାନଙ୍କୁ ଗାଳିଗୁଲଜ କଲା। ସାଥିରେ ଆସ ନହେଲେ ମାଟିରେ ମିଶ ବୋଲି ଧମକ ଦିଆଗଲା। ଭିନ୍ନ ମତ ରଖୁଥିବା ନିଜ ଦଳର ଲୋକ, ଶୁଭେଛୁଙ୍କୁ ଧର୍ମେନ୍ଦ୍ର ଆମର ଭାତହାଣ୍ଡି ବୋଲି କହି ଏମାନେ ଗାଳିଗୁଲଜ କଲେ। ଘରେ ପସିଯିବୁ, ଶେଷ କରିଦେବୁ ବୋଲି ଧମକ ଦେଲେ। ଧର୍ମେନ୍ଦ୍ର ଏସବୁ ଜାଣନ୍ତୁ, ବା ନ’ଜାଣନ୍ତୁ ସବୁ ଧର୍ମେନ୍ଦ୍ରଙ୍କ ଉପରେ ଗଲା। ଧୀରେଧୀରେ ଧର୍ମେନ୍ଦ୍ରଙ୍କ ପ୍ରତି ନିଜ ଦଳ ଭିତରେ ଏକ ଖରାପ ଧାରଣା ସୃଷ୍ଟି ହେଲା। ଖବର ଅନୁଯାୟୀ ତୃଣମୂଳ ସ୍ତରରୁ ଧର୍ମେନ୍ଦ୍ରଙ୍କ ନାମରେ ଏପରି ଅଭିଯୋଗ କେନ୍ଦ୍ର ନିକଟକୁ ରୀତିମତ ପଠାଯାଉଛି। କିନ୍ତୁ, ଧର୍ମେନ୍ଦ୍ର ବୁଝୁନାହାଁନ୍ତି। ସେହି ଚାଟୁକାର ଗୋଷ୍ଠୀକୁ ସାଙ୍ଗରେ ଧରି ରଖିଛନ୍ତି। ଦିନେ ସେମାନେ ମନ୍ତ୍ରୀଙ୍କ ପାଇଁ ବଡ଼ ଘାତକ ସାବ୍ୟସ୍ତ ହୋଇପାରନ୍ତି। “ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି ସହଜେ ଜଣାନ’ଯାଏ, ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.