ad
ଆନ୍ତର୍ଜାତୀୟ

ଚନ୍ଦ୍ରାୟାନ ଲ୍ୟାଣ୍ଡିଂରେ ହୋଇଥାଇ ପାରେ ଏହି ୫ଟି ତ୍ରୁଟି; ତଥାପି ଆଶା ମରିନି

ନୂଆଦିଲ୍ଲୀ: ଚନ୍ଦ୍ରର କକ୍ଷରେ ଘୁରୁଥିବା ଅର୍ବିଟର ସାହାଯ୍ୟରେ ବିକ୍ରମର ଫଟୋ ଏବଂ ତାର ଅବସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା ଜାରି ରହିଛି।ବିକ୍ରମର ଫ୍ଲାଇଟ ଡେଟା ରିକର୍ଡର ସଂଖ୍ୟାରୁ ବୈଜ୍ଞାନିକ ମାନେ ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି, ଯେ କିପରି ଚନ୍ଦ୍ରର ୨.୧ କିଲୋମିଟର ଉଚ୍ଚତା ଦୂରତାରୁ ସେ ନିଜ ରାସ୍ତାରୁ ବିଚ୍ୟୁତ ହୋଇଗଲା।ଫ୍ଲାଇଟର ଡେଟା ରେକର୍ଡର କୌଣସି ବିମାନର ବ୍ଲାକବସ୍ ପରି ଯନ୍ତ୍ର ହୋଇଥାଏ।ଯଦିଓ ଚନ୍ଦ୍ର ଉପରେ ଲ୍ୟାଣ୍ଡ କରିବା ପୂର୍ବରୁ ୨.୧ କିଲୋମିଟର ଦୂରତାରେ ଚନ୍ଦ୍ରାୟନ ସହ ସଂପର୍କ ତୁଟିଗଲା, ଇସ୍ରୋ ବୈଜ୍ଞାନିକଙ୍କ ପାଇଁ କାହାଣୀ ଏବେ ଶେଷ ହୋଇନି।ଏବେ ମଧ୍ୟ ବିକ୍ରମର ସ୍ଥିତି ଜାଣିବା ପାଇଁ ଆଶା ରହିଛି।ଇସ୍ରୋ କହିବା ଅନୁଯାୟୀ ୩ ଦିନ ପରେ ଅର୍ବିଟର ପୁଣି ସେହି ସ୍ଥାନରେ ପହଞ୍ଚିବ, ଯେଉଁଠି ବିକ୍ରମ ସହିତ ସଂପର୍କ ବିଚ୍ଛିନ୍ନ ହୋଇଥିଲା।ସେହି ସମୟରେ ଅର୍ବିଟରରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା ସାହାଯ୍ୟରେ ଫଟୋ ଉଠାଯାଇ ବିକ୍ରମର ସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା କରାଯିବ।ଚନ୍ଦ୍ର ପୃଷ୍ଠର ମାନଚିତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ଅର୍ବିଟର ଚନ୍ଦ୍ର ଚାରି ପାଖେ ଘୁରି ବୁଲୁଛି।ଅର୍ବିଟରରେ ଅତ୍ୟନ୍ତ ଅତ୍ୟାଧୁନିକ ଉପକରଣ ଲାଗିଛି, ଯାହା କୋଣ ଅନୁକୋଣର ଛାନବିନ୍ କରି ପାରିବ।ବିକ୍ରମର ସ୍ଥିତି ଜାଣି ହୋଇପାରିବ।କିନ୍ତୁ ଲ୍ୟାଣ୍ଡିଂ ଯଦି ଭୁଲ ହୋଇଥିବ, ତେବେ ହୁଏତ ବିକ୍ରମ ଖଣ୍ଡ ଖଣ୍ଡ ହୋଇଯାଇଥିବ।ଏମିତିରେ ସବୁ ଆଶା ବେକାର ହୋଇଯିବ।

ଲ୍ୟାଣ୍ଡିଂ ବିଫଳତାର ହୋଇପାରେ ଏହି ୫ଟି କାରଣ : –

● ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପଥୁରିଆ ଚଟାଣରେ ଧକ୍କା ହୋଇ ବିକ୍ରମ କ୍ଷତିଗ୍ରସ୍ତ ହୋଇଥାଇ ପାରେ।
● ତେଜ ସୌର ଝଡ଼ କାରଣରୁ ବିକ୍ରମ ନିଜ ରାସ୍ତାରୁ ବିଚ୍ୟୁତ ହୋଇ କୌଣସି ଚଟାଣରେ ମାଡ଼ ହୋଇଥାଇ ପାରେ।
● ମୁଖ୍ୟ ଇଞ୍ଜିନରେ ତ୍ରୁଟି ଆସିଥାଇ ପାରେ।ଯାହା ଫଳରେ ବିକ୍ରମକୁ ଲ୍ୟାଣ୍ଡିଂ କରିବା ପାଇଁ ଆବଶ୍ୟକୀୟ ଉର୍ଜା ମିଳିନଥାଇ ପାରେ।
● ବିକ୍ରମ ନିଜ ଗତି ଉପରେ କାବୁ ରଖିବା ପାଇଁ ଥିବା ଉପକରଣ ଉପରୁ ନିୟନ୍ତ୍ରଣ ହରାଇ ଥାଇପାରେ।
● ଅଧିକ ଦ୍ରୁତ ବେଗରେ ଲ୍ୟାଣ୍ଡିଂ କରିବା ସମୟରେ ସେଠାରେ ଉତ୍ପନ ଧୂଳି ମଣ୍ଡଳ କାରଣରୁ ଇଞ୍ଜିନ ଖରାପ ହୋଇ ଯାଇଥାଇ ପାରେ।
//ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top