Home ଓଡ଼ିଶା କ’ଣ ଅକ୍ଷମଣୀୟ ଅପରାଧ କରିଥିଲେ କି ଯୁବମୋର୍ଚ୍ଚା ସଭାପତି?

କ’ଣ ଅକ୍ଷମଣୀୟ ଅପରାଧ କରିଥିଲେ କି ଯୁବମୋର୍ଚ୍ଚା ସଭାପତି?

154

ଭୁବନେଶ୍ୱର: ଗତ ୨୫ ଅଗଷ୍ଟ ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆରେ ହଠାତ୍ ଏକ ପୋଷ୍ଟ୍ ଦେଖିବାକୁ ମିଳିଲା, ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତିଙ୍କ ଗୁରୁତର ଦଳ ବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ପ୍ରମାଣିତ ପରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନିର୍ଦ୍ଦେଶ କ୍ରମେ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦାୟିତ୍ବମୁକ୍ତ କରାଗଲା ଏବଂ ଏଭଳି ଅକ୍ଷମଣୀୟ କାର୍ଯ୍ୟକଳାପ ପାଇଁ ଦଳରୁ ଆଜୀବନ ବହିଷ୍କାର କରିବା ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପତ୍ର ମାଧ୍ୟମରେ ଜିଲ୍ଲା ତରଫରୁ ସୁପାରିଶ କରାଗଲା। ରଶ୍ମିରଞ୍ଜନ ମହାପାତ୍ର ଜିଲ୍ଲାରେ ଭଲ ସାଙ୍ଗଠନିକ କାମ କରୁଥିଲେ। ତେବେ, ହଠାତ୍ ରଶ୍ମିରଞ୍ଜନଙ୍କୁ ହଟାଇ ଦିଆଗଲା ଏବଂ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ଅବସ୍ଥାପିତ କରିଦିଆଗଲା। ଏଠି ପ୍ରଶ୍ନ ଉଠୁଛି, ଏହା କ’ଣ ପୂର୍ବ ପ୍ରୟୋଜିତ ଯୋଜନା ଥିଲା? ରଶ୍ମିରଞ୍ଜନଙ୍କୁ ହଟାଇବାର କିଛି ଦିନ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଘୋଷଣା କରି ରଶ୍ମିରଞ୍ଜନଙ୍କ ଉପରେ ଅଙ୍କୁଶ ଲଗାଇବା ଯୋଜନା ଆରମ୍ଭ ହୋଇସାରିଥିଲା। କାରଣ ବିଜେପିରେ ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ପଦବୀ ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ତେଣୁ, ଯାହା ଜଣାପଡ଼ୁଛି, ରଶ୍ମିରଞ୍ଜନଙ୍କୁ ହଟାଇବା ଯୋଜନା ପୂର୍ବରୁ ସ୍ଥିର ହୋଇ ସାରିଥିଲା।
ଏମିତିରେ ଯଦି ବା ରଶ୍ମିରଞ୍ଜନ ସେପରି କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାର ଅଭିଯୋଗ ଆସିଥିଲା, ତେବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ ନକରି, ତାଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ନଦେଇ, ହଠାତ୍ ଏପରି ହଟାଇ ଦିଆଯିବା ଦଳୀୟ ସାଙ୍ଗଠନିକ ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବେ ବି ଅନେକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି, ରଶ୍ମିରଞ୍ଜନ ଏପରି କ’ଣ ଅକ୍ଷମଣୀୟ କାର୍ଯ୍ୟକଳାପ କରିଥିଲେ ଯେ ତାଙ୍କୁ ଏପରି ଅପ୍ରାୟସିତ ଢଙ୍ଗରେ ରାତାରାତି ହଟାଇ ଦିଆଗଲା!
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.