Home Top News ମମିତା ମେହେର ହତ୍ୟା ମାମଲା: ଓଡ଼ିଶାର ପ୍ରତ୍ୟେକ ଝିଅଙ୍କର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ : କଂଗ୍ରେସ...

ମମିତା ମେହେର ହତ୍ୟା ମାମଲା: ଓଡ଼ିଶାର ପ୍ରତ୍ୟେକ ଝିଅଙ୍କର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ : କଂଗ୍ରେସ ନେତା ସୁରଜେୱାଲା

93

ବଲାଙ୍ଗୀର/କଣ୍ଟାବାଞ୍ଜି ୨୮-୧୦ (ଓଡ଼ିଆ ପୁଅ) ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରଣୀକୁ ଆଜି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ଃ ଚେଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହେଲିକେପ୍ଟର ଯୋଗେ କଣ୍ଟାବାଞ୍ଜି ଠାରେ ଓହ୍ଲାଇ ଝରଣୀ ଗାଁ ଅଭିମୁଖେ ଯାଇଥିଲେ, ଝରଣୀରେ ମୃତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି। ତୁରକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତାଙ୍କ ମୃତଦେହ ଖେଳ ପଡିଆରୁ ଉଦ୍ଧାର ନେଇ ନା ନା ଆଲୋଚନା ସହ ତର୍ଜମା କରିଛନ୍ତି। ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ଗିରଫ ହୋଇ ଏବେ ଜେଲରେ ରହିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

ଆଜି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସୁରଜେୱାଲା କହିଛନ୍ତିଯେ, ନିର୍ଭୟା ମାମଲା ଠୁ ଅଧିକ ଗୁରୁତର ମମିତା ମେହେର ହତ୍ୟା ମାମଲା। ଓଡିଶାରେ ଏହା ଆଶ୍ଚର୍ଯ୍ୟର ବିଷୟ ବୋଲି କହିଲେ କଂଗ୍ରେସ ରାଷ୍ଟ୍ରୀୟ ନେତା ସୂରଜେୱାଲା। ସାରା ଭାରତ ର ଓଡିଶା ରାଜ୍ୟରେ ଜଣେ ଗୃହମନ୍ତ୍ରୀ ଙ୍କ ସମ୍ପୁକ୍ତି ଅଭିଯୋଗ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯିବା ତ ଦୂରର କଥା ପ୍ରମାଣ ପତ୍ର ସତ୍ୱେ ଅଭିଯୁକ୍ତ ଙ୍କୁ ଗିରଫ ନ କରିବା ଆଶ୍ଚର୍ଯ୍ୟ ର ଘଟଣା। ଅନ୍ୟ ରାଜ୍ୟରେ କେବଳ ସତ୍ୟା ସତ୍ୟ ଦୂରର କଥା ଜଣେ ଅଭିଯୋଗ ଆସିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାଏ। ଦିନ ଗଡେଇ ଜଣଙ୍କୁ ଜେଲ କରିଦେଇ ନିନ୍ଦନୀୟ ନୀତି ଏହି ରାଜ୍ୟରେ କିପରି ସମ୍ଭବ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସବୁ ଝିଅଙ୍କର ସୁରକ୍ଷା ଉପରେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.