Home ଓଡ଼ିଶା ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ଉନ୍ନୟନ ସଂଗ୍ରାମ ସମିତି ର ଗଣଧାରଣା

ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ଉନ୍ନୟନ ସଂଗ୍ରାମ ସମିତି ର ଗଣଧାରଣା

51

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୧୦- ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ଆଗରେ ଖଇରପଲ୍ଲୀ ଗ୍ରାମପଞ୍ଚାୟତ ଉନ୍ନୟନ ସଂଗ୍ରାମ ସମିତି ତରଫରୁ ଧୁଃଶାସନ ଯେନା ଙ୍କ ନେତୃତ୍ୱ ରେ ଅକ୍ଟୋବର ୨୮ ତାରିଖ ରେ ଗଣଧାରଣା ଦିଆଯାଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ବିନା ପଲ୍ଲୀସଭା ଓ ବିନା ଗ୍ରାମସଭା ରେ ସରପଞ୍ଚ ବେଆଇନ ଭାବେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ବ୍ୟକ୍ତିଗତ ହୀତାଧିକାରୀ ଚୟନ କୁ ବ୍ଲକ ପ୍ରଶାସନ ବେଆଇନ ସମର୍ଥନ କରିଛନ୍ତି । ଏ ସର୍ମ୍ପକ ରେ ଏକ ଦାବୀପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି । ଦାବୀ ଗୁଡିକ ମଧ୍ୟରେ ରହିଛି ଆବାସ ଯୋଜନା , ରାସ୍ତା ଘାଟ , କରୋନା ସହାୟତା ଟଙ୍କା , ପାଇଖାନା ସହାୟତା ଟଙ୍କା କୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ତେଣୁ ସେମାନଙ୍କୁ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ପ୍ରାପ୍ୟ ଅର୍ଥ ପ୍ରଦାନ କରାନଯାଉ ।

ଏ ସର୍ମ୍ପକେ ସରପଞ୍ଚ ନିରୂପମା ବିଶ୍ୱାଳ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ର କାର୍ଯ୍ୟାଦେଶ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନାମ ରେ ରହିଅଛି । କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ କରିଥିବା ଲୋକମାନେ ସେମାନଙ୍କ ମଜୁରୀ ନପାଇବାରୁ ଅଦାଲତ ର ଆଶ୍ରୟ ନେଇଥିଲେ । ଅଦାଲତ ନିର୍ଦେଶ ଅନୁଯାଇ ପଞ୍ଚାୟତ ସମିତି କର୍ତ୍ତୁପକ୍ଷ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ଅଯଥା ରେ ରାଜନୈତିକ ଉଦେଶ୍ୟ ରଖି ଆମ୍ଭ ବିରୁଦ୍ଧ ରେ ଅପବାଦ ବିରୋଧି ମାନେ କରୁଛନ୍ତି । ଆମ୍ଭର ଏଥିରେ କୈାଣସି ସମ୍ପୃକ୍ତି ନାହିଁ । ଯାହା ହୋଇଛି ସରକାରୀ ନିତି ନିୟମ ଅନୁଯାଇ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.