Home ଅପରାଧ ମୋଦୀଙ୍କ କଟାକ୍ଷ ନାଁ ମହିଳା ମୋର୍ଚ୍ଚାର ଲାଲଚୁଡ଼ି:କାହା ପ୍ରଭାବରେ ଇସ୍ତଫା ଦେଲେ ମହାରଥୀ?

ମୋଦୀଙ୍କ କଟାକ୍ଷ ନାଁ ମହିଳା ମୋର୍ଚ୍ଚାର ଲାଲଚୁଡ଼ି:କାହା ପ୍ରଭାବରେ ଇସ୍ତଫା ଦେଲେ ମହାରଥୀ?

1464

ଭୁବନେଶ୍ୱର:କୃଷି ଏବଂ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି।ବେବିନା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଭାଇ ତଳକୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବା ପରେ ପ୍ରଦୀପ ମହାରଥୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ।ପ୍ରଦୀପ କହିଥିଲେ ସତ୍ୟର ବିଜୟ ହେଲା।ପାଣି ପାଣି,କ୍ଷୀର କ୍ଷୀର ହୋଇଗଲା।ଛବିରାଣୀ ପରି ବେବିନା ନ୍ୟାୟ ପାଇଲେ।ପ୍ରଦୀପଙ୍କର ଏପରି ଦାୟିତ୍ୱହୀନ ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ସମାଲୋଚନା କରାଗଲା।ଉଭୟ ବିଜେପି ମହିଳା ମୋର୍ଚ୍ଚା, ଏବଂ କଂଗ୍ରେସ ମହିଳା ବିଭାଗ ରାଜ୍ୟ ସରକାରଙ୍କୁ ଘେରିଥିଲେ।ବାରମ୍ବାର ଆନ୍ଦୋଳନ,କ୍ରାଇମ ବ୍ରାଞ୍ଚ ଅଫିସ ଘେରାଉ,ଅଣ୍ଡା ମାଡ଼ ଆଦି କଲେ।ମୁଖ୍ୟମନ୍ତ୍ରୀଙ୍କର ନୀରବତା ପାଇଁ ଆସନ୍ତା ୧୦ ତାରିଖରେ ତାଙ୍କୁ ଲାଲଚୁଡ଼ି ଭେଟି ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଘୋଷଣା କଲା।ଲାଲଚୁଡ଼ି ସଂଗ୍ରହ ମଧ୍ୟ ଆରମ୍ଭ ହେଲା।

ଏ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦା ଗସ୍ତ ସମୟରେ ଧାର୍ମିକ ନଗରୀ ପୁରୀରେ ଜଣେ ନାବାଳିକା ପ୍ରତି ଅନ୍ୟାୟ ହୋଇଥିବା କଥା କହି ପରୋକ୍ଷ ଭାବରେ ବେବିନା କଥା ଉଠାଇଲେ।ପ୍ରଶାସନକୁ ଦୋଷ ଦେଇ ରାଜ୍ୟ ସରକାରଙ୍କୁ ଏହାର ପୁନଃବିଚାର ପାଇଁ ଆଗ୍ରହ କରିଥିଲେ।ଏହାର ଅଳ୍ପ ସମୟ ପରେ ନବୀନ ପଟ୍ଟନାୟକ ଏହାର ଉତ୍ତର ରଖି ଘଟଣାକୁ ଗୁରୁତ୍ୱର ସହ ନେଉଛନ୍ତି ବୋଲି କହିଥିଲେ।ଏବଂ ଏହାର କିଛି ଘଣ୍ଟା ପରେ ରବିବାର ଦିନ ପ୍ରଦୀପ ମହାରଥୀ ଇସ୍ତଫା ଦେଲେ।ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା କଥା କହୁଥିଲେ ମଧ୍ୟ ମୁଖିଆଙ୍କ ନିର୍ଦ୍ଦେଶରେ ଯେ ପ୍ରଦୀପ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ଜଣା ପଡ଼ିଯାଉଛି।

ତେବେ ପ୍ରଶ୍ନ ଉଠୁଛି କ’ଣ ପାଇଁ ନବୀନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲେ।ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କହୁଛନ୍ତି ମହିଳା ମୋର୍ଚ୍ଚାର ଆସନ୍ତା ୧୦ ତାରିଖ ବିକ୍ଷୋଭ ଭୟରେ ମନ୍ତ୍ରୀ ମହାରଥୀ ଇସ୍ତଫା ଦେଲେ।ବିକ୍ଷୋଭ ତ’ କଂଗ୍ରେସ ମହିଳା ବିଭାଗ ମଧ୍ୟ କରିଥିଲା।ତେବେ ମହିଳା ମୋର୍ଚ୍ଚାର ଲାଲଚୁଡ଼ି ଭୟ ନାଁ ମୋଦୀଙ୍କ ଶାଣିତ ପରାମର୍ଶକୁ ଗ୍ରହଣ କଲେ ନବୀନ?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.