Home Coronavirus Outbreak କରୋନା ଭାଇରସ୍ : ପଶ୍ଚିମବଙ୍ଗକୁ ସବୁ ଉଡ଼ାଣ ସେବା ସ୍ଥଗିତ ରଖିବାକୁ ମମତା, ମୋଦୀଙ୍କୁ ଚିଠି...

କରୋନା ଭାଇରସ୍ : ପଶ୍ଚିମବଙ୍ଗକୁ ସବୁ ଉଡ଼ାଣ ସେବା ସ୍ଥଗିତ ରଖିବାକୁ ମମତା, ମୋଦୀଙ୍କୁ ଚିଠି ଲେଖିଲେ

775

ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ)ପଶ୍ଚିମବଙ୍ଗର ସିଏମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ପ୍ରକାଶ କରିଛନ୍ତିଯେ, ପଶ୍ଚିମବଙ୍ଗକୁ ସମସ୍ତ ବିମାନ ବନ୍ଦ କରାଯାଉ। ଇଟାଲୀ, ଆମେରିକା ଏବଂ ସ୍ପେନ୍ ରେ ସବୁଠାରୁ ଅଧିକ ସଂଖ୍ୟକ ନୂଆ ମାମଲା ରିପୋର୍ଟ ହୋଇଛି। ଆମେରିକାରେ ୮,୩୭୩ ତାଜା କୋଭିଡ -୧୯ ମାମଲା ରିପୋର୍ଟ ହୋଇଥିବାବେଳେ କରୋନାଭାଇରସରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୪,୦୦୦ ଅତିକ୍ରମ କରିଛି। ଇତି ମଧ୍ୟରେ ପଶ୍ଚିମବଙ୍ଗର ସିଏମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ପ୍ରକାଶ କରିଛନ୍ତିଯେ, ପଶ୍ଚିମବଙ୍ଗକୁ ସମସ୍ତ ବିମାନ ବନ୍ଦ କରାଯାଉ।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେନ୍ଦ୍ର ୨୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୭୫ ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ସୋମବାର ଦିନ ଭାରତରେ କରୋନାଭାଇରସ୍ ରୋଗୀ ସଂଖ୍ୟା ୪୧୮ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା କରୋନାଭାଇରସ୍ ଯୋଗୁଁ ସାତଜଣଙ୍କର ମୃତ୍ୟୁ ହୋଇଛି। ବିପଦକୁ ମୁକାବିଲା କରିବା ପାଇଁ ଅନେକ ଅସାଧାରଣ ପଦକ୍ଷେପ ନେଇ କେନ୍ଦ୍ର ୨୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୭୫ ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ କରିବାକୁ ଘୋଷଣା କରିଛି ଏବଂ ସମସ୍ତ ଯାତ୍ରୀବାହୀ ଟ୍ରେନ୍, ଆନ୍ତଃ ରାଜ୍ୟ ବସ୍ ଏବଂ ମେଟ୍ରୋ ସେବାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଦିଲ୍ଲୀ, ଝାଡଖଣ୍ଡ, ପଞ୍ଜାବ ଏବଂ ନାଗାଲାଣ୍ଡ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ରାଜ୍ୟବ୍ୟାପୀ ତାଲା ବନ୍ଦ କରିବାକୁ ଘୋଷଣା କରିଥିବାବେଳେ ବିହାର, ହରିଆଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ମଧ୍ୟ ଏହିପରି ପ୍ରତିବନ୍ଧକ ଘୋଷଣା କରାଯାଇଛି।

ନୂଆଦିଲ୍ଲୀର AIIMS ରେ OPD ସେବା ବନ୍ଦ ହୋଇଛି।

ତେଲେଙ୍ଗାନା କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୦ ରେ ପହଁଚିଛି। ୩ଟି ନୂଆ ମାମଲା ସାମନାକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୫୧ ଟି ନୂଆ ମୃତ୍ୟୁ ଘଟିଛି। ୫,୪୭୬ covid-19 ମୃତ୍ୟୁ ସହ ଇଟାଲୀର ମୃତ୍ୟୁସଂଖ୍ୟା ଚୀନ୍ କୁ ଅତିକ୍ରମ କରିଛି। କରୋନାଭାଇରସ୍ ଯୋଗୁଁ ଭାରତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମଗ୍ର ବିଶ୍ୱରେ ୩,୩୦,୦୦୦ ରୁ ଅଧିକ ଲୋକ କରୋନାଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ଅବଶ୍ୟ ଏଥିରୁ ୯୯,୦୦୩ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.