Home ଓଡ଼ିଶା ନିରାକାରପୁର: ନରେନ୍ଦ୍ରପୁର ହେବ ରାଜସ୍ୱ ଗ୍ରାମ – ପାଇବ ପଟା ..

ନିରାକାରପୁର: ନରେନ୍ଦ୍ରପୁର ହେବ ରାଜସ୍ୱ ଗ୍ରାମ – ପାଇବ ପଟା ..

35

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ନରେନ୍ଦ୍ରପୁର ସାହିବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ସେମାନଙ୍କର ଦାବୀ ହେବାକୁ ଯାଉଛି ପୂରଣ। ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ସୁଧା ନରେନ୍ଦ୍ରପୁର ଆଜି ପର୍ଯ୍ୟନ୍ତ ହୋଇପାରି ନଥିଲା ରାଜସ୍ୱ ଗ୍ରାମ। ଯାହା ଫଳରେ ଏଠାକାର ଅଧିବାସୀ ଶିକ୍ଷା ପରେ ଚାକିରୀ କରିବା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରୁ ହେଉଥିଲେ ବଞ୍ଚିତ। ତେବେ, ଏବେ ସେମାନଙ୍କ ଦାବୀ ହେବାକୁ ଯାଉଛି ପୂରଣ। ନିକଟରେ ରାଜ୍ୟ ସରକାରଙ୍କ ୫- ଟି ସଚିବ ଭି କେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଗସ୍ତ ଓ ଜନଶୁଣାଣି କାର୍ଯ୍ୟକ୍ରମ ବେଳେ ନିରାକାରପୁର ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ହୃଷିକେଶ ରାଉତରାୟଙ୍କ ନେତୃତ୍ୱରେ ଅଞ୍ଚଳର ବିଭିନ୍ନ ୭ ଗୋଟି ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ତେବେ, ତନ୍ମଧ୍ୟରୁ ନରେନ୍ଦ୍ରପୁରକୁ ରାଜସ୍ୱ ଗ୍ରାମ ଅନ୍ତର୍ଭୁକ୍ତ କରିବା ଦାବୀକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ହୃଷିକେଶ ରାଉତରାୟ ଏବଂ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଟାଙ୍ଗି ତହସିଲଦାରଙ୍କ ପକ୍ଷରୁ ଗତ ଅଗଷ୍ଟ ୨୯ ତାରିଖରେ ଏକ ଚିଠି ମାଧ୍ୟମରେ (ପତ୍ର ସଂଖ୍ୟା ୨୮୩୦) ଏ’ ନେଇ ସୂଚନା ଦିଆଯାଇଛି। ଚିଠିରେ ଲେଖାଅଛି, “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ୨୨-୦୮-୨୦୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ୫- ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଦେଇଥିବା ଅଭିଯୋଗ ପତ୍ରଟି ହସ୍ତଗତ ହୋଇଛି। ଉପସ୍ଥାପିତ କରାଯାଇଥିବା ସମସ୍ୟା ନରେନ୍ଦ୍ରପୁର ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସମ୍ବନ୍ଧରେ ବିଚାର କରାଯାଇ ସ୍ଥାନୀୟ ତଦନ୍ତ ଅନୁଯାୟୀ ନରେନ୍ଦ୍ରପୁର ଗ୍ରାମର ସମସ୍ୟାର ଅତିଶୀଘ୍ର ପରବର୍ତ୍ତୀ କାର୍ଯାନୁଷ୍ଟାନ ନିଆଯିବ।” ଏହାକୁ ନେଇ ହୃଷିକେଶ ରାଉତରାୟ ଖୁସି ପ୍ରକଟ କରିବା ସହ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ତରଫରୁ ରାଜ୍ୟ ସରକାର ଏବଂ ୫- ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.