Home ଓଡ଼ିଶା “ରାଜନୈତିକ ପ୍ରତିଶୋଧ ଭାବନାରେ ନୁହେଁ, ଉତ୍ତମ ବିଚାରରେ ହାସଲ କରିହେବ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା”...

“ରାଜନୈତିକ ପ୍ରତିଶୋଧ ଭାବନାରେ ନୁହେଁ, ଉତ୍ତମ ବିଚାରରେ ହାସଲ କରିହେବ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା” – ମନମୋହନ ସିଂହ

293

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଲକ୍ଷ୍ମୀପତ ୟୁନିଭର୍ସିଟିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଛାତ୍ରମାନଙ୍କୁ ସମ୍ବୋଧିତ କରିଛନ୍ତି। ମନମୋହନ ସିଂହ କହିଲେ କି ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ବନାଇବା ପାଇଁ ଉତ୍ତମ ଭାବନା ଏବଂ ବିଚାରଧାରାରେ ରାଷ୍ଟ୍ରୀୟ ରଣନୀତି ଆପଣାଇବାର ଆବଶ୍ୟକତା ଅଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହ କହିଲେ, ‘ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ସେ ରାଜନୈତିକ ପ୍ରତିଶୋଧର ଭାବନାକୁ ଅଲଗା ରଖନ୍ତୁ ଏବଂ ଅର୍ଥବ୍ୟବସ୍ଥାକୁ ସଂକଟରୁ ଉଦ୍ଧାରିବା ପାଇଁ ଭଲ ବିଚାର ତଥା ଭାବନା ରଖି ବୁଝିବିଚାରି ଗୁରୁତ୍ତ୍ୱପୂର୍ଣ୍ଣ ସ୍ୱର/ ଉପଦେଶ ଶୁଣିବାକୁ ଚେଷ୍ଟା କରନ୍ତୁ।’

ସେ କହିଲେ, ଦେଶ ମାନ୍ଦାବସ୍ଥାରେ ଗତି କରୁଛି। ଜିଡିପିର ସ୍ତର ଖସିଛି, ନିବେଶ ଦର ସ୍ଥିର, ବ୍ୟାଙ୍କିଙ୍ଗ ସେକ୍ଟର ମଧ୍ୟ ସଂକଟାପର୍ଣ୍ଣ ଅବସ୍ଥାରେ ଗତି କରୁଛି। ଚାଷୀଙ୍କର ସ୍ଥିତି ଖରାପ ଅଛି ଏପରି କ୍ଷେତ୍ରରେ ଭାରତର କ୍ରମାଗତ ହ୍ରାସ ହେଉଥିବା ଅର୍ଥ ବ୍ୟବସ୍ଥାକୁ ବରଦାସ୍ତ କରିପାରିବ ନାହିଁ।

ମନମୋହନ ସିଂହ କହିଲେ କି ଭାରତ ନିକଟରେ ଏପରି କ୍ଷମତା ଅଛି ଯାହା ତେଜ ଗତିରେ ବିକାଶ କରି ପାରିବ କିନ୍ତୁ ମୋଦୀ ସରକାରଙ୍କର ପ୍ରତ୍ୟେକ କ୍ଷେତ୍ରରେ କୁପ୍ରବନ୍ଧନ ଏଥିପାଇଁ ଦାୟୀ। ଆମକୁ ସଂସଦର ମହତ୍ତ୍ୱ ଏବଂ ଏହାର କାର୍ଯ୍ୟ ପ୍ରଣାଳୀର ସମ୍ମାନ କରିବା ଆବଶ୍ୟକ।

ସୁପ୍ରିମ କୋର୍ଟ, ନିର୍ବାଚନ ଆୟୋଗ, କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ ଏବଂ ବିଭିନ୍ନ ସଂସ୍ଥାକୁ ସାମ୍ବିଧାନିକ ପରିସରରେ ରଖାଯାଇ ସ୍ଵତନ୍ତ୍ର ରୂପରେ କାମ କରିବାକୁ ଦେବା ଆବଶ୍ୟକ। ଭାରତୀୟ ଲୋକତନ୍ତ୍ରର ଶକ୍ତି ସମ୍ବିଧାନ। ଭାରତୀୟ ସମ୍ବିଧାନର ବିଶେଷତ୍ତ୍ୱ ବଖାଣି ସେ କହିଲେ କି ସଂସଦ ମଧ୍ୟ ସମ୍ବିଧାନର ବିପରୀତ ଯାଇପାରିବ ନାହିଁ। ଏଠାରେ ସମସ୍ତଙ୍କୁ ସମାନତାର ଅବସର ଉପଲବ୍ଧ। ଜାତିଗତ ଭେଦଭାବ ଏବଂ ସାଂପ୍ରଦାୟିକ ଚିନ୍ତାରେ ଦେଶର ଛବି ଖରାପ ହୋଇଥାଏ।

ଶନିବାରଦିନ ଜେକେ ଲକ୍ଷ୍ମୀପତ ୟୁନିଭର୍ସିଟି ତରଫରୁ ଆୟୋଜିତ ଗରିମାମୟ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜେକେଏଲୟୁ ଲରେଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.