Home ଆନ୍ତର୍ଜାତୀୟ ୮ ସେପ୍ଟେମ୍ବର : ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ

୮ ସେପ୍ଟେମ୍ବର : ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ

299

ଆଜି ୫୩ତମ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ। ସାରା ବିଶ୍ୱରେ ପ୍ରତିବର୍ଷ ୮ ସେପ୍ଟେମ୍ବର ଦିନ ପାଳିତ ହୁଏ ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ। ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରିବା ସହ ବ୍ୟକ୍ତିଗତ, ସାମୁଦାୟୀକ ତଥା ସାମଜିକ ସ୍ତରରେ ସାକ୍ଷରତା ହାର ବଢାଇବା ନିମିତ୍ତ ସଚେତନତା ସୃଷ୍ଟି କରାଇବା ଏହାର ମୂଳ ଉଦ୍ଦେଶ୍ୟ।
ବିଶ୍ୱରେ ଅଶିକ୍ଷାକୁ ଦୂରେଇବା ପାଇଁ ୧୯୬୫ ସେପ୍ଟେମ୍ବର ୮ରୁ ୧୯ ଯାଏଁ ସମସ୍ତ ଦେଶର ଶିକ୍ଷାମନ୍ତ୍ରୀଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ୟୁନେସ୍କୋର ୧୪ତମ ସାଧାରଣ ସଭାରେ ବିଶ୍ୱ ସାକ୍ଷରତା ଦିବସ ରୂପେ ଆଜିର ଦିନକୁ ପାଳନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆ ଯାଇଥିଲା। ୧୯୬୬ରେ ୟୁନେସ୍କୋ ଶିକ୍ଷା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୦୮କୁ ବିଶ୍ୱ ସାକ୍ଷରତା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲା। ୨୬ ଅକ୍ଟୋବର ୧୯୬୬ ମସିହାରେ ୟୁନେସ୍କୋଦ୍ୱାରା ଏହାର ୧୪ତମ ଅଧିବେଶନରେ ୮ ସେପ୍ଟେମ୍ବରକୁ ଅନ୍ତଃରାଷ୍ଟ୍ରୀୟ ସାକ୍ଷରତା ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା। ପ୍ରଥମ ଥର ପାଇଁ ଏହା ୧୯୬୭ ମସିହାରେ ପାଳିତ ହେଲା। ବିଶ୍ୱରୁ ନିରକ୍ଷରତା ଦୂର କରିବା ଏହାର ପାଥମିକ ଲକ୍ଷ୍ୟ ଥିଲା। କାରଣ ୟୁନେସ୍କୋର ଏକ ତଥ୍ୟ ଅନୁସାରେ ବିଶ୍ୱରେ ପ୍ରତି ପାଞ୍ଚ ବୟସ୍କ ମଧ୍ୟରୁ ଜଣେ ନିରକ୍ଷର ଏବଂ ସମୁଦାୟ ନିରକ୍ଷରଙ୍କ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା।

କାହିଁକି ପାଳନ କରାଯାଏ ସାକ୍ଷରତା ଦିବସ

ମାନବ ବିକାଶ ଏବଂ ସମାଜ ବିକାଶ ତଥା ନିଜର ଅଧିକାରକୁ ଜାଣିବା ପାଇଁ କୌଣସି ଦେଶର ନାଗରିକଙ୍କୁ ଶିକ୍ଷିତ ହେବା ପାଇଁ ପଡିବ। ଫଳରେ ମାନବ ଚେତନାକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ। ସଫଳତା ପାଇବା ପାଇଁ ଏବଂ ଏକ ସୁନ୍ଦର ଜୀବନ ବଂଚିବା ପାଇଁ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ଏପରି କି ଗରିବୀ, ଶିଶୁ ଏବଂ ମାତୃ ମୃତ୍ୟୁ ହାର କମାଇବା ପାଇଁ ମଧ୍ୟ ଶିକ୍ଷିତ ହେବା ଜରୁରୀ। ଶିକ୍ଷିତ ହେବା ଅର୍ଥ କେବଳ ପଢିବା ଏବଂ ଲେଖିବା ନୁହେଁ। ଏହା ସାଧାରଣ ଜନତାଙ୍କୁ ସେମାନଙ୍କ ଅଧିକାର ଏବଂ କର୍ତବ୍ୟ ସମ୍ବନ୍ଧରେ ଅବଗତ କରାଇଥାଏ। ଫଳରେ ସାମାଜିକ ବିକାଶ ସମ୍ଭବ ହୋଇ ପାରିବ। ୟୁଏନର ରିପୋର୍ଟ୍ ଅନୁଯାୟୀ ଆଜି ମଧ୍ୟ ବିଶ୍ୱରେ ୧ ଆରବ ଲୋକ ଲେଖିପଢି ପାରୁ ନାହାନ୍ତି।

କମ ସାକ୍ଷରତାର କାରଣ

ବିଦ୍ୟାଳୟର ଅଭାବ, ସ୍କୁଲରେ ଶୌଚାଳୟର ଅଭାବ, ଜାତିବାଦ, ଗରିବୀ, ଦୁଷ୍କର୍ମ ହେବା ନେଇ ଥିବା ଡର ଆଦି ନିରକ୍ଷରତାର କାରଣ। ବିଶ୍ୱରେ ୧୨୭ଟି ପ୍ରମୁଖ ଦେଶ ମଧ୍ୟରୁ ୧୦୧ଟି ଏପରି ଦେଶ ଅଛନ୍ତି ଯେଉଁମାନେ ପୂର୍ଣ୍ଣ ସାକ୍ଷରତା ହାରଠାରୁ ବହୁ ଦୂରରେ ଅଛନ୍ତି। ଏହି ତାଲିକାରେ ଭାରତ ମଧ୍ୟ ସାମିଲ ଅଛି। ଦେଶରେ ୨୦୧୧ ଜନ ଗଣନା ଅନୁଯାୟୀ ୭୪ ପ୍ରତିଶତ ନାଗରିକ ଶିକ୍ଷିତ ଥିବା ବେଳେ ବ୍ରିଟିଶ ଶାସନ ସମୟରେ ମାତ୍ର ୧୨ ପ୍ରତିଶତ ଲୋକ ଶିକ୍ଷିତ ଥିଲେ।

ଭାରତର ସାକ୍ଷରତା ହାର

ବର୍ତମାନର ପରିସଂଖ୍ୟାନ ଅନୁଯାୟୀ, ଦେଶରେ ସାକ୍ଷରତା ହାର ହେଉଛି ୭୪. ୦୪ ପ୍ରତିଶତ। କେରଳରେ ଏହି ହାର ସର୍ବାଧିକ ୯୩.୯୧ ପ୍ରତିଶତ ଥିବା ବେଳେ ବିହାରରେ ସବୁଠାରୁ କମ୍ ୬୩.୮୨ ପ୍ରତିଶତ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.