ad
ଓଡ଼ିଶା

ଜୀବନ ଯୁଦ୍ଧରେ ହାରିଗଲେ ଜେଟଲୀ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ।ଦେହାନ୍ତ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ ଏମ୍ସରେ ଚିକିତ୍ସିତ ହେଉଥିଲେ ଅରୁଣ ଜେଟଲୀ।ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା।ଆଉ ଶେଷରେ ଜୀବନ ଯୁଦ୍ଧରେ ସଙ୍ଘର୍ଷ କରି କରି ଆଜି ଆରପାରିକୁ ଚାଲି ଯାଇଛନ୍ତି ଜେଟଲୀ।ଅରୁଣ ଅସୁସ୍ଥ ହେବା ପରେ ଗତ ୯ ତାରିଖରୁ ବିଜେପି ସମେତ ବିରୋଧୀ ଦଳର ମଧ୍ୟ ବଡ଼ବଡ଼ ନେତା ଏମ୍ସ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅରୁଣ।ମୋଦି ସରକାରର ପ୍ରଥମ ପାଳିରେ ୨୦୧୪ରୁ ୨୦୧୯ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ସହ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମଧ୍ୟ କିଛି ଦିନ ତୁଲାଇଥିଲେ ଜେଟଲୀ।ବିମୁଦ୍ରୀକରଣ ଭଳି ବଡ ପଦକ୍ଷେପକୁ ସୂଚାର ରୂପେ ସଫଳ କରିଥିଲେ ଜେଟଲୀ।ତେବେ ନିଜ ଅସୁସ୍ଥତା ପାଇଁ ସେ ୨୦୧୯ରେ କ୍ୟାବିନେଟ ଦାୟିତ୍ୱ ନେବେନି ବୋଲି କହିଥିଲେ।//ଦେବଦତ୍ତ ରଥ

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top