Home ଓଡ଼ିଶା ପରଲୋକରେ ଅରୁଣ ଜେଟଲୀ

ପରଲୋକରେ ଅରୁଣ ଜେଟଲୀ

297

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପର ଲୋକରେ ପୁର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ। ଅରୁଣ ସଫ୍ଟ ଟସୁ କ୍ୟାନସର ରୋଗରେ ପୀଡିତ ହୋଇଥିଲେ। ଏଥିପାଇଁ ପୁର୍ବରୁ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ମୋଦି ସରକାରରେ ପ୍ରଥମ ଥର ପାଇଁ ଐତିହାସିକ ବିମୁଦ୍ରୀକରଣ ନିଷ୍ପତ୍ତି ଜେଟଲୀଙ୍କ ମନ୍ତ୍ରିତ୍ବରେ ନିଆଯାଇଥିଲା। ଆଜି ମଧ୍ୟାହ୍ନ ୧୨.୭ ମିନିଟ୍‌ରେ ତାଙ୍କର ପରଲୋକ ହୋଇଛି। ପକ୍ଷ ଏବଂ ବିପକ୍ଷ ନେତା କ୍ରମାଗତଭାବେ ଏମ୍ସ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଥିଲେ। ଅରୁଣ ଜେଟଲୀକୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।

ସୂଚନାଯୋଗ୍ୟଯେ, ଅରୁଣ ଜେଟଲୀଙ୍କ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଏମ୍ସରେ ଗତ ୯ ତାରିଖରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଡାକ୍ତରମାନେ ତାଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ ପରେ ଅଧିକ ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ହଟାଇ ଇସିଏମଓ (ECMO) ଅର୍ଥାତ୍ ଏକ୍ସଟ୍ରାକର୍ପୋରିୟଲ ମେଂବ୍ରେନ ଅକ୍ସିଜିନେସନ (Extracorporeal membrane oxygenation) ରେ ସିଫ୍ଟ କରାଯାଇଥିଲା।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏମ୍ସ ପହଁଚି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ସଙ୍ଘ ପ୍ରମୁଖ ମୋହନ ଭାଗବତ, ଏସେଲ ଗ୍ରୁପର ଚେୟାରମ୍ୟାନ ତଥା ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ରା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବସପା ମୁଖ୍ୟ ମାୟାବତୀ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଏମ୍ସ ପହଁଞ୍ଚିଥିଲେ।

ଇସିଏମଓ (ECMO) କ’ଣ

ଇସିଏମଓରେ ରୋଗୀକୁ ସେତେବେଳେ ରଖାଯାଏ, ଯେତେବେଳେ ଫୁସଫୁସ୍ ଠିକଭାବରେ କାମ କରେନାହିଁ ଏବଂ ଭେଣ୍ଟିଲେଟରର ମଧ୍ୟ କୌଣସି ଲାଭ ମିଳିନଥାଏ। ତେବେ ଏହା ସାହାଯ୍ୟରେ ରୋଗୀ ଶରୀରରେ ଅକ୍ସିଜେନ ପହଁଚାଯାଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.