Home Top News ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସହିତ ସନ୍ଦିଗ୍ଧ ଯାନ ମିଳିଲା, ଅଞ୍ଚଳରେ ସୁରକ୍ଷା ବୃଦ୍ଧି,...

ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସହିତ ସନ୍ଦିଗ୍ଧ ଯାନ ମିଳିଲା, ଅଞ୍ଚଳରେ ସୁରକ୍ଷା ବୃଦ୍ଧି, ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳର ଯାଞ୍ଚ କରୁଛନ୍ତି

64

ମୁମ୍ବାଇ ୨୫-୨ (ଓଡ଼ିଆ ପୁଅ) : ଗୁରୁବାର ଦିନ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ଏକ ବିସ୍ଫୋରକ ସାମଗ୍ରୀ ସହିତ ଏକ ସନ୍ଦିଗ୍ଧ ଗାଡି ମିଳିଥିଲା ବୋଲି ଖବରରୁ ଜଣାପଡ଼ିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ “ମୁମ୍ବାଇର ମୁକେଶ ଅମ୍ବାନୀଙ୍କ ଘରଠାରୁ କିଛି ଦୂରରେ କିଛି ଜେଲାଟିନ୍ ଥିବା ଏକ ସ୍କର୍ପିଓ ଭ୍ୟାନ୍ ମିଳିଥିଲା। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରୁଛି। ସତ୍ୟତା ଜଣାପଡ଼ିବ।”

ଖବରରୁ ଜଣାପଡ଼ିଛିଯେ, ଗୁରୁବାର ସନ୍ଧ୍ୟାରେ କାର୍ମାଇକେଲ ରୋଡରେ ଏକ ସନ୍ଦିଗ୍ଧ ଗାଡି ମିଳିଥିଲା। ପୋଲିସକୁ ସତର୍କ କରାଯାଇଥିଲା ଏବଂ ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ୱାର୍ଡ଼ ଏବଂ ଅନ୍ୟ ପୋଲିସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେମାନେ ଗାଡିକୁ ଯାଞ୍ଚ କରିଥିଲେ ଏବଂ ଭିତରୁ କିଛି ବିସ୍ଫୋରକ ସାମଗ୍ରୀ ଜେଲିଟିନ୍ ପାଇଥିଲେ। ଏହା ଏକ ମିଶ୍ରିତ ବିସ୍ଫୋରକ ଉପକରଣ (ଆସେମ୍ବଲ୍ଡ ଏକ୍ସପ୍ଲୋଜନ୍‌) ନୁହେଁ। ଅଧିକ ଅନୁସନ୍ଧାନ ଚାଲିଛି।

ଏହି ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.