Home Coronavirus Outbreak କରୋନା ସତର୍କତା ପାଇଁ ଗାଡି ଯାଂଚ ପ୍ରକ୍ରିୟା ଆରମ୍ଭ

କରୋନା ସତର୍କତା ପାଇଁ ଗାଡି ଯାଂଚ ପ୍ରକ୍ରିୟା ଆରମ୍ଭ

1069

ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱ ମହାମାରୀ ରୂପ ନେଇଥିବା କରୋନା ର ସୁରକ୍ଷା ପାଇବା ପାଇଁ ସଚେତନତା ଆରମ୍ଭ ହୋଇଛି। ପୁରୀ ସହରକୁ ଆସୁଥିବା ସମସ୍ତ ଚାରି ଚକିଆ ଯାନ (କାର) ଓ ବସ୍ ଗୁଡିକୁ ଗତକାଲି ସକାଳ ଠାରୁ ପିପିଲି ଟୋଲଗେଟ ଠାରେ ବସ୍ ଓ କାରକୁ ଅଟକାଯାଇ ଯାଂଚ ଆରମ୍ଭ କରାଯାଇଛି। ଏହି ଯାଂଚ ସମୟରେ ପୁରୀକୁ ଆସୁଥିବା ୬୦ ଟି ବସ୍ ଓ ୪୦୦ କାରକୁ ଫେରାଇ ଦିଆଯାଇଥିଲା। ଆଜି ଏହି ପ୍ରକ୍ରିୟା ରେ ପୂର୍ବାହ୍ନ ୧ ସୁଧା ୧୫୦ କାର କୁ ଯାଂଚ କରାଯାଇ ତାକୁ ପୁରୀ ସହରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆନଯାଇ ଫେରାଇ ଦିଆଯାଇଥିଲା। ଏହି ଯାଂଚ ପ୍ରକ୍ରିୟା ଦିନ ରାତି ଚାଲୁ ରହିଛି। ଏହି ଦଳରେ ଆଂଚଳିକ ପରିବହନ ସଂସ୍ଥା ର କର୍ମଚାରୀ ପୁଲିସ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତା ଓ ପ୍ରଶାସନିକ ଅଧିକାରୀ ସାମିଲ ଅଛନ୍ତି। ପୁରୀ ସହରକୁ କାର ପ୍ରବେଶ କରୁନଥିବା ଯୋଗୁଁ ଆଜି ମାର୍କେଟ ଛକରେ ଥିବା ପାର୍କିଂ ପ୍ଲେସ କୌଣସି ଗାଡି ନଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.