Home Coronavirus Outbreak ସ୍ୱର୍ଣ୍ଣାଭ ବେଳାଭୂମୀ ଆଜି ଖାଁ ଖାଁ ଲାଗୁଛି

ସ୍ୱର୍ଣ୍ଣାଭ ବେଳାଭୂମୀ ଆଜି ଖାଁ ଖାଁ ଲାଗୁଛି

454

ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପୁରୀର ସ୍ୱର୍ଣ୍ଣାଭ ବେଳାଭୂମୀ ଦିନେ ଚଳଚଂଚଳ ହୋଇଥିଲା। ପର୍ଯ୍ୟଟକ ମାନେ ଏଠାକୁ ଦୌଡି ଆସନ୍ତି। ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବ। ସହ ସମୁଦ୍ର ସ୍ନାନ କରିଥାନ୍ତି। କିନ୍ତୁ କରୋନା ସମସ୍ତିଙ୍କର ଆନନ୍ଦ ଉଲାସରେ ଭଟ୍ଟା ପକାଇଦେଇଛି। କରୋନା ଭୂତାଣୁ ଯେପରି ପର୍ଯ୍ୟଟକ ମାନଙ୍କୁ କ୍ଷତି କରିନପାରେ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ ବେଳାଭୂମୀରେ ପର୍ଯ୍ୟଟକ ମାନେ ଏକତ୍ରିତ ହୋଇ ନବୁଲିବା ଓ ସ୍ନାନ କରିବା ଉପରେ କଟକଣା ଲାଗୁ କରିଥିବା ଯୋଗୁଁ କୌଣସି ପର୍ଯ୍ୟଟକ ବେଳାଭୂମୀରେ ଗତ କାଲି ଠାରୁ ବୁଲୁନଥିବା ଦେଖାଯାଇଥିଲା। ସେହିପରି ବେଳାଭୂମୀରେ ଥିବା ଶହ ଶହ ଉଠା ଦୋକାନୀକୁ ମଧ୍ୟ ଜିଲା ପ୍ରଶାସନ ନଖୋଲିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଯଦ୍ୱାର ବେଳାଭୂମୀ ସଂପୂର୍ଣ୍ଣ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି। ବେଳାଭୂମୀ ଦିନ ଦିପହରେ ଖାଁ ଖାଁ ଲାଗୁଛି ଏବଂ ଗହଳି ଚହଳି ମଧ୍ୟ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.