Home Coronavirus Outbreak କରୋନାଭାଇରସ୍ କାରଣରୁ ପ୍ରମୁଖ ମାର୍ଗରେ ୭୫ ଟି ଟ୍ରେନ୍ ବାତିଲ୍ – ପଢ଼ନ୍ତୁ ତାଲିକା, ପ୍ଲାଟଫର୍ମ...

କରୋନାଭାଇରସ୍ କାରଣରୁ ପ୍ରମୁଖ ମାର୍ଗରେ ୭୫ ଟି ଟ୍ରେନ୍ ବାତିଲ୍ – ପଢ଼ନ୍ତୁ ତାଲିକା, ପ୍ଲାଟଫର୍ମ ଟିକେଟ୍ ଦର ବୃଦ୍ଧି

1269

ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ଭାରତୀୟ ରେଳବାଇ ମଙ୍ଗଳବାର ଦିନ ବିଭିନ୍ନ ପ୍ରମୁଖ ମାର୍ଗରେ “ସ୍ୱଳ୍ପ ସ୍ଥାନ” ଉପରେ ଚାଲୁଥିବା ଅତି କମରେ ୭୫ ଟି ଟ୍ରେନକୁ ବାତିଲ କରିଦେଇଛି। ମୁଖ୍ୟତଃ ପଶ୍ଚିମ ଏବଂ କେନ୍ଦ୍ରୀୟ ରେଳପଥରେ ଯାତ୍ରୀମାନଙ୍କ ପାଇଁ ଅନେକ ଟ୍ରେନ ବାତିଲ ହୋଇଛି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି। ଏ ପର୍ଯ୍ୟନ୍ତ ୩୯ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ପର୍ଯ୍ୟନ୍ତ ଭାରତରେ ୧୩୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ କରୋନାଭାଇରସ୍ କାରଣରୁ ଭାରତରେ ୩ ଜଣ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଆଜି ଜଣେ ୬୪ ବର୍ଷୀୟ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରେଳବାଇ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନେଇ କେନ୍ଦ୍ରରେ ଛଅ ଜଣିଆ ‘କୋଭିଡ୍ ରେସପନ୍ସ ଟିମ୍’ ଗଠନ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଭାରତୀୟ ରୋଳବାଇ ମଙ୍ଗଳବାର ଦିନ ଷ୍ଟେସନରେ ଲୋକଙ୍କର ସଂଖ୍ୟାକୁ କମ କରିବା ପାଇଁ ଅଧିକାଂଶ ରେଳ ଜୋନରେ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ରୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଯାତ୍ରୀମାନଙ୍କୁ ଅତ୍ୟାବଶ୍ୟକ ଟ୍ରେନ ଯାତ୍ରାକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ନିଶ୍ଚିତ ହେବା ଉଚିତ ଯେ ସେମାନଙ୍କର ଜ୍ୱର ନାହିଁ। ଯେକୌଣସି ଯାତ୍ରାରେ ଯଦି ଜଣେ ଯାତ୍ରୀ ଅନୁଭବ କରନ୍ତି ଯେ ତାଙ୍କର ଜ୍ୱର ଅଛି, ତେବେ ସେ ଚିକିତ୍ସା ଏବଂ ଅଧିକ ସହାୟତା ପାଇଁ ରେଳ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ରେଳ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି।

ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରେଳବାଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭୫ ଟି ଟ୍ରେନକୁ କରୋନାଭାଇରସର ପ୍ରଭାବ କାରଣରୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ରେଳ ଜୋନରେ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ ସମେତ ୨୩ ଟି ଟ୍ରେନକୁ ବାତିଲ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମୁମ୍ବାଇରୁ ହାୱଡ଼ା ଦୁରନ୍ତୋ ଏକ୍ସପ୍ରେସ ସମେତ ୧୦ ଟି ଟ୍ରେନର ୩୫ ଟି ଯାତ୍ରାକୁ ପଶ୍ଚିମ ରେଳବାଇ ବାତିଲ କରିଛି, ୨୯ ଟି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ୯ ଟି ଦକ୍ଷିଣ ପୂର୍ବ ରେଳବାଇ ଏବଂ ୪ ଟି ଉତ୍ତର ରେଳବାଇ ଦ୍ୱାରା ବାତିଲ ହୋଇଛି।

ରେଳ ମନ୍ତ୍ରଣାଳୟ କହିଛି ଯେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ରେଳ ଜୋନ୍ ରେ “ସ୍ଥାନୀୟ ସ୍ତରରେ” ଜୋନାଲ ଡିଭିଜନ୍ ରେଳ ପରିଚାଳକ (DRMs)ଙ୍କ ଦ୍ୱାରା ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ନିୟନ୍ତ୍ରଣ କରିବାକୁ କ୍ଷମତା ଦିଆଯାଇଛି।

ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଶେଷ ଥର ପାଇଁ ୨୦୧୫ ରେ ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ସଂଶୋଧିତ ହୋଇଥିଲା।
ତେବେ ଧ୍ୟାନ ଦିଅନ୍ତୁ କେଉଁ କେଉଁ ଟ୍ରେନ ବାତିଲ୍ ହୋଇଛି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.