Home ଓଡ଼ିଶା ପରିବା ବଜାରରେ ନିଆଁ!

ପରିବା ବଜାରରେ ନିଆଁ!

382

ରାଉରକେଲା ୪-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚାଲିଛି ଶ୍ରାବଣ ମାସ। ଏହି ପବିତ୍ର ମାସରେ ପ୍ରାୟ ପରିବାର ଆମିଷରୁ ମୁହଁ ଫେରାଇ ନେଇଥିବା ବେଳେ, ନିରାମିଷ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି। ପରିବାର ଦର ଏବେ ଆକାଶଛୁଆଁ ରହିଛି। ରାଉରକେଲାରେ ପରିବା ଦର ଉଚ୍ଚା ରହିଛି। ଟ୍ରାଫିକ ମାର୍କେଟ, ଆମ୍ବାଗାନା ପରିବା ମାର୍କେଟ, ଛେଣ୍ଡ ହାଟ, ସାରନଗରୀ ସୁପର ମାର୍କେଟ, ପାଣିଟାଙ୍କି ମାର୍କେଟରେ ସାଧାରଣତଃ ବିଭିନ୍ନ ପ୍ରକାର ପନିପରିବା ବିକ୍ରି ହୋଇଥାଏ। ବର୍ତ୍ତମାନ ପରିବା ବଜାରରେ ନିଆଁ ଲାଗିବା ପରେ ବାଇଗଣ କିଲୋ ୫୦ ଟଙ୍କା, ପୋଟଳ କିଲୋ ୪୦ ଟଙ୍କା, କୋବି ୬୦ ଟଙ୍କା, ଗାଜର ୮୦ ଟଙ୍କା ରହିଛି। ଯାହାକୁ ନେଇ ଗ୍ରାହକ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଶ୍ରାବଣ ମାସରେ ଘରେ ଆମିଷ ହେଉନଥିବାରୁ ପରିବା ଉପରେ ନିର୍ଭର କରିବାକୁ ପଡୁଛି। ଦକ୍ଷିଣ ରାଉରକେଲା ନିକଟବର୍ତି ବିଭିନ୍ନ ଗ୍ରାମ ଯେପରି ଜଲଦା, ମନକୋ, ରାମଯୋଡ଼ି, ଧରମଡ଼ିହି, ଡଲାକୁଦର, ମୁଣ୍ଡାଯୋର ଆଦି ଗ୍ରାମରୁ ପରିବା ବେପାରୀ ମାନେ ଦକ୍ଷିଣ ରାଉରକେଲା ମୁହାଁ ହୋଇ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ ହାଟ, ବଜାର ଓ ଛକରେ ବସି ବିଭିନ୍ନ ପନିପରିବା ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ ଶ୍ରାବଣ ମାସ ପଡ଼ିଥିବା ବେଳେ, ଅନ୍ୟ ପଟେ ଆନ୍ଧ୍ର ମାଛ ଆତଙ୍କ ଓ ଅଣ୍ଡାଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ବାଧୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.